Below header

ହୋମ ଆଇସୋଲେସନରୁ ବାହାରି ଆତ୍ମହତ୍ୟା କଲା କରୋନା ସନ୍ଦିଗ୍ଧ, ଟାହିଟାପରା ଅସହ୍ୟ ହେବାରୁ ଜୀବନ ହାରିଥିବା ଅଭିଯୋଗ

ତାମିଲନାଡୁରୁ ଘରକୁ ଫେରି ହୋମ ଆଇସୋଲେସନରେ ରହିଥିବା ଜଣେ ଯୁବକ ଦଉଡି ଦେଇ ଆତ୍ମହତ୍ୟା କରିଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Corona: Caught in corona crossfire: How the current crisis has ...

ପୋଲିସ ସୂଚନାନୁଯାୟୀ ଧମତରି ଜିଲ୍ଲାର ଗଣପତ ମରକାମ(୩୫) ତାମିଲନାଡୁର ବୋର ଖନନ କାମ କରୁଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ସେ ଘରକୁ ଫେରିଥିଲା। ଘରକୁ ଫେରିବା ପରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ଯାଞ୍ଚ କରିଥିଲା ଓ ସୁସ୍ଥ ଥିଲେ ମଧ୍ୟ ୧୪ ଦିନ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ।

Telangana Intermediate results: Two more students commit suicide ...

ମାତ୍ର ଡାକ୍ତର ଓ ପୋଲିସ ବାରମ୍ବାର ବୁଝାଇଲେ ମଧ୍ୟ ସେ ବୁଲିବାକୁ ବାହାରିପଡୁଥିଲା। ଗାଁଲୋକେ ତାକୁ ଏନେଇ ସବୁବେଳେ କହୁଥିଲେ। ଫଳରେ ବିରକ୍ତ ହୋଇ ସେ ଗାଁ ପାଖ ପୋଖରି କୂଳରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛି।

Delhi: Cousins commit suicide after family rejects marriage

ପୋଲିସ କହିବାନୁସାରେ ଗତବର୍ଷ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା ଫଳରେ ସେ ଏକାକୀ ଜୀବନ ବିତାଉଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ରିପୋର୍ଟ ଆସିବା ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.