କରୋନା ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିବା ରୋଗୀ ଏବ୍ କ୍ୱାରାନଟାଇନରେ ଥିବା ଲୋକମାନଙ୍କୁ ନେଇ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି । କରୋନା ରୋଗୀଙ୍କ ନାମ ଏବଂ ଠିକଣା ସୋସିଆଲ ମିଡ଼ିଆରେ ସେୟାର ନକରିବା ପାଇଁ ସରକାର ଏହି ଆଡଭାଇଜରୀରେ ଜରିଆରେ କହିଛନ୍ତି । ଏହାସହିତ କ୍ୱାରାନଟାଇନରେ ଥିବା ଲୋକଙ୍କ ନାମ ଏବଂ ଠିକଣା ସେୟାର ନକରିବା ପାଇଁ ମଧ୍ଯ ସରକାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।
Never disclose on social media name or address of those affected by COVID-19 or under quarantine: Govt advisory
— Press Trust of India (@PTI_News) April 8, 2020
ସୁଚନା ଅନୁଯାୟୀ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ୍ ପର୍ଯ୍ୟନ୍ତ ଦେଶରେ ୫୯୧୬ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣ ମୃତ୍ଯବରଣ କରିସାରିଲେଣି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ରହିଛି । ଏଠାରେ ସମୁଦାୟ ୧୧୩୫ ରୋଗୀ ପୀଡିତ ଥିବାବେଳେ ଦ୍ଵିତୀୟ ନମ୍ବରରେ ତାମିଲନାଡୁ ରହିଛି ।