Below header

ଲକ୍‌ଡାଉନରେ ଜୁଗୁଲୁଙ୍କ ଆଖିରେ କରୋନା ଲୁହ, ସାମିଲ ହୋଇପାରିଲେ ନାହିଁ ବାପାଙ୍କ ଶୁଦ୍ଧି କାର୍ଯ୍ୟରେ

କୋରାପୁଟ: ଜୁଗୁଲ ଆଖିରେ ଲୁହ। ଆଖି ମଳିମଳି କାନ୍ଦୁଛନ୍ତି କୋରାପୁଟ ଶିଶାଗୁଡ଼ା ଗାଁର ଆଦିବାସୀ ଯୁବକ ଜୁଗୁଲ ରିଆ। ଶହେ ମିଟର ଦୂରରେ ଘର। ହେଲେ ମଝିରେ ବାଡ଼ ପଡ଼ିଛି। ଡେଇଁ ପାରୁ ନାହାନ୍ତି କରୋନାର ଲକ୍ଷ୍ମଣରେଖା। ଘର ତ ଦୂରର କଥା, ଗାଁ ବି ମନା ହୋଇଛି ତାଙ୍କ ପାଇଁ। ବାପା ଚାଲିଯିବା ଖବର ପାଇଁ ବଣ ପାହାଡ଼ ଡେଇଁ ଚାଲିଚାଲି ଆସିଥିଲେ ଆନ୍ଧ୍ରରୁ। ହେଲେ ଗାଁ ମାଟିକୁ ଛୁଇଁବା ପୂର୍ବରୁ ଗାଁ ତାଙ୍କୁ ସାତ ପର କରିଛି। ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ବି ମିଳିପାରିଲାନି ଅନୁମତି। ଗାଁ ମୁଣ୍ଡ ସ୍କୁଲ ଘରେ ଏକାନ୍ତବାସରେ କଟୁଛି ଦିନ। କେବଳ ଜୁଗୁଲ

juguluପେଟପାଟଣା ପାଇଁ ଆନ୍ଧ୍ର ପ୍ରଦେଶ ଯାଇଥିଲେ ଏହି ଆଦିବାସୀ ଯୁବକ। ହାତରୁ କାମ ଛଡାଇ ନେଲା ଲକ୍‌ଡାଉନ୍‌। ଭାବିଥିଲେ ଘରକୁ ଫେରି ପରିବାର ସହ ଦିନ କାଟିବେ। କିନ୍ତୁ ଦିନ କଟୁଛି ଜିଲ୍ଲା ପ୍ରଶାସନର ଏକାନ୍ତବାସ ଶିବିରରେ। ଅପେକ୍ଷା କରିଛନ୍ତି, କେବେ ସରିବ ୧୪ ଦିନର ଏହି ଯନ୍ତ୍ରଣା। ଏମାନଙ୍କୁ ନିଜଠୁ ଦୂରେଇ ରଖିଛନ୍ତି ଗାଁ ଲୋକ। ହେଲେ ମମତା ମରି ଯାଇନି। ପରିବାର ଆଉ ସମାଜର ସୁରକ୍ଷା ପାଇଁ ନେଇଛନ୍ତି କଠୋର ନିଷ୍ପତ୍ତି। ଅପରପକ୍ଷେ ଆନ୍ଧ୍ର ଫେରାନ୍ତା ଶ୍ରମିକଙ୍କୁ ଏକାନ୍ତବାସରେ ରଖି ଅନ୍ୟମାନଙ୍କୁ ସାମାଜିକ ସୁରକ୍ଷାର ବାର୍ତ୍ତା ଦେଇଛି ଶିଶାଗୁଡ଼ା ଗାଁ।

koraput

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.