Below header

ଭାରତୀୟ ବଂଶୋଦ୍ଭବଙ୍କ ହାତକୁ ଆସିପାରେ ବ୍ରିଟିଶ ଶାସନ କ୍ଷମତା

ଭାରତୀୟ ବଂଶୋଦ୍ଧବ ତଥା ବର୍ତ୍ତମାନର ବ୍ରିଟିଶ ଅର୍ଥ ମନ୍ତ୍ରୀ ରୁଷି ସୁନକ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଡେପୁଟି ଦାୟିତ୍ୱ ସମ୍ଭାଳିବାର ସମ୍ଭାବନା ଅଛି । କହିରଖିବା ଉଚିତ ହେବକି, ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା କାରଣରୁ ବୋରିସ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ଥାନରେ ଏବେ ବ୍ରିଟିଶ ବିଦେଶ ମନ୍ତ୍ରୀ ଏହି ଦାୟିତ୍ୱ ସମ୍ଭାଳୁଥିବା ବେଳେ ସେ ଅସମର୍ଥ ହେଲେ ରୁଷି ସୁନକଙ୍କୁ ଏହି ଭାର ଦିଆଯାଇପାରେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ”ଡାଉନିଙ୍ଗ ଷ୍ଟ୍ରିଟ” ତରଫରୁ ସୂଚନା ମିଳିଛି ।

rushi sunak

କହିରଖିବା ଉଚିତ ହେବକି, ବ୍ରିଟିଶ ସରକାରରେ ଏବେ ରୁଷି ଚାନ୍ସଲେର ଅଫ ଦ ଏକ୍ସଚେକର ବା ବିତ୍ତ ମନ୍ତ୍ରାଳୟର ଚାନ୍ସସେଲର ଭାବେ କାର୍ଯ୍ୟ ତୁଲାଉଛନ୍ତି । ଅନ୍ୟ ପକ୍ଷରେ କରୋନା ଭାଇରସ ଲଢେଇରେ ଅର୍ଥ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଅଛି । ବ୍ରିଟେନ କରୋନା ଭାଇରସ କବଳରେ କବଳିତ ହେବା ପରେ 39 ବର୍ଷୀୟ ସୁନକ ହିଁ ଦେଶର ସାଧାରଣ ବଜେଟ ପ୍ରସ୍ତୁତ କରିବା ସହ ଅନ୍ୟ କେତେକ ଜରୁରୀ ଆର୍ଥିକ କ୍ଷେତ୍ରରେ ନିଷ୍ପତ୍ତି ବି ନେଇଛନ୍ତି ।

ଲକ ଡାଉନ ସମୟରେ ଦେଶର ବ୍ୟବସାୟୀଙ୍କ ବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ସେ ଅନେକ ଜରୁରୀ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ବ୍ରିଟେନରେ ଦିନକୁ ଦିନ ବଢିଚାଲିଥିବା କରୋନା ସ୍ଥିତିକୁ ଲକ୍ଷ କରି ହିଁ ବିଭିନ୍ନ ପଦପଦବୀ ନେଇ ଆଗୁଆ ଅଟକଳ କରାଯାଉଛି । ପ୍ରଧାନ ମନ୍ତ୍ରୀ ବୋରିସ ଜନସନଙ୍କ ସମେତ ତାଙ୍କର କେତେକ କ୍ୟାବିନେଟ ମନ୍ତ୍ରୀ ମଧ୍ୟ କରୋନା ଜନିତ ସଂକ୍ରମଣରେ ସଂକ୍ରମିତ ।

House of Commons | British government | Britannica
ଦିନେ ବ୍ରିଟିଶର ମାନେ ଭାରତର ଶାସନ କ୍ଷମତା ନିଜ ହାତରେ ରଖିବା ସହ ଦେଶ ବାସୀଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କରିଥିଲେ । ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୨ ଶହ ବର୍ଷ ଭାରତ ଉପରେ ମନମୁଖୀ ଶାସନ ଚଳାଇଥିଲେ । ଏବେ କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ସମୟ ଚକ ଓଲଟି ଯାଇଛି । ଏବେକା ସମୟରେ ଭାରତୀୟ ବଂସୋଦ୍ଭବ ମାନେ ବ୍ରିଟେନରେ ବିଭିନ୍ନ ଜରୁରୀ ପ୍ରଶାସନିକ ପଦପଦବୀରେ ଅବସ୍ଥାପିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.