ଲକ୍ ଡାଉନ୍ କାରଣରୁ ଘରକୁ ଫେରି ପାରିଲେନି ଶେହେନାଜ ଗିଲ, ପଞ୍ଜାବରୁ ବାପା ଦେଲେ ଏଭଳି ବାର୍ତ୍ତା

କରୋନା ଭାଇରସ୍ କାରଣରୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍ ଡାଉନରେ ତେବେ ଏହା ମଧ୍ୟରେ ରହିଛି ଭାରତ । ଦେଶରେ ଲକଡାଉନ୍ କାରଣରୁ ପ୍ରାୟ ସମସ୍ତେ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବଲିଉଡର ଷ୍ଟାର୍ ମାନେ ମଧ୍ଯ ଏବେ ଘରେ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ଏହାମଧ୍ୟରେ ଏପରି କିଛି ଲୋକ ରହିଛନ୍ତି ଯେଉଁମାନେ ଲକ୍ ଡାଉନ୍ କାରଣରୁ ନିଜ ଘରକୁ ଫେରି ପାରୁନାହାଁନ୍ତି ।

 

ସୁଚନା ଅନୁଯାୟୀ ବିଗବସ ୧୩ର କଣ୍ଟେଷ୍ଟାଣ୍ଟ ଶେହେନାଜ ଗିଲ ମଧ୍ୟ ଲକ୍ ଡାଉନ୍ କାରଣରୁ ନିଜ ଘରକୁ ଫେରି ପାରିନାହାଁନ୍ତି । ନିଜ ଭାଇ ଶହବାଜ ଗିଲଙ୍କ ସହିତ ସେ ମୁମ୍ବାଇର ଏକ ହୋଟେଲରେ ରହିଛନ୍ତି । ଗତ କିଛିଦିନ ହେବ ଶେହେନାଜ ମୁମ୍ବାଇରେ ରହିଆସୁଥିଲେ । ତାଙ୍କର ଶୋ “ମୁଝସେ ଶାଦୀ କରୋଗେ” ବନ୍ଦ ହେବା ପରେ ସେ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରୁଥିଲେ । ଯାହାର କିଛି ଶୁଟିଂ ଏବେବି ବାକି ଅଛି । ତେବେ ଏହାପରେ କରୋନା ଭାଇରସ୍ ଯୋଗୁଁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଥିଲା ଯେଉଁ କାରଣରୁ ଶେହେନାଜ ନିଜଘର ପଞ୍ଜାବ ଫେରିପାରି ନଥିଲେ ।

Ever Wondered Why Bigg Boss 13 Got An Extension Of Five Weeks ...

ତେବେ ଶେହେନାଜଙ୍କ ବାପା ତାଙ୍କୁ ବହୁତ୍ ମିସ୍ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ ବିଗବସ ଆରମ୍ଭ ହେବା ଦିନଠୁଁ ଶେହେନାଜ ଘର ଛାଡି ଯାଇଛନ୍ତି ଯେ ଏଯାଏଁ ଫେରି ନାହାଁନ୍ତି । କଲର୍ସ ଟିଭି ତାଙ୍କ ଝିଅର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି ବୋଲି କହିଛନ୍ତି ଶେହେନାଜଙ୍କ ବାପା । ଏହାସହିତ ଏଭଳି କଠିନ ସମୟରେ ନିଜ ପିଲାମାନଙ୍କଠୁ ଦୂରରେ ରହୁଥିବାରୁ ସେ ବହୁତ ଦୁଃଖୀ ଅଛନ୍ତି ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.