ବିଶ୍ୱକପ ଫାଇନାଲର ଜର୍ସି ନିଲାମ କରି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଜୁଟାଇଲେ ଏତେ ଟଙ୍କା, ହସ୍ପିଟାଲକୁ କରିବେ ଦାନ

ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ଜୋସ ବଟଲର କରୋନା ଲଢେଇରେ ଆର୍ଥିକ ସହାୟତା କରିବା ପାଇଁ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ହସ୍ପିଟାଲଗୁଡିକୁ ସାହାଯ୍ୟ କରିବା ପାଇଁ ବଟଲର 2019 ବିଶ୍ୱକପ ଫାଇନାଲର ନିଜର ଜର୍ସିକୁ ନିଲାମ କରିଦେଇଛନ୍ତି। ଏହି ନିଲାମୀ ଜରିଆରେ ତାଙ୍କୁ 65,000 ପାଉଣ୍ଡ ଅର୍ଥାତ 60 ଲକ୍ଷ ଟଙ୍କା ମିଳିଛି।

ଏହି ଅର୍ଥରାଶିକୁ ବଟଲର ଲଣ୍ଡନର Royal Brampton ଏବଂ Hurtfield Hospitalକୁ ସହାୟତା ରୂପେ ଦାନ କରିବେ। କହି ରଖୁଛୁ, ବର୍ଷ 2019 ବିଶ୍ୱକପ ଫାଇନାଲରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ହରାଇଥିଲା ଏବଂ ପ୍ରଥମ ଥର ବିଶ୍ୱ ବିଜେତା ହୋଇଥିଲା। ତେବେ ବଟଲର ଇନଷ୍ଟାଗ୍ରାମରେ ନିଜ ଜର୍ସିର ଫଟୋ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.