Below header

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪୪ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର ଓ ଢେଙ୍କାନାଳରୁ ପଜିଟିଭ୍‌ ଚିହ୍ନଟ। ଢେଙ୍କାନାଳର ଜଣେ ୫୧ ବର୍ଷ ବୟସ୍କ ମହିଳାଙ୍କ ରିପୋର୍ଟ ପଜିଟିଭ ବାହାରିଛି । ସେହିପରି ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିିଛି ।

corona ସଂପୃକ୍ତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁରରେ । ଅସୁସ୍ଥତା ଯୋଗୁ ଆମ୍ବୁଲାନ୍ସ ଯୋଗେ ସିଧା ପଶ୍ଚିମବଙ୍ଗରୁ ଆସିବା ପରେ ତାଙ୍କୁ ଘରୋଇ ହସପିଟାଲାରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଟ୍ରେସିଂ କରାଯାଉଛି ।

Covid-19ଅପରପଟେ ରାଜ୍ୟରେ ଏପର୍ଯ୍ୟନ୍ତ ୪୪ ଜଣ ପଜିଟିଭ୍‌ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦୁଇ ଜଣ । ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅଛନ୍ତି ୪୧ ଜଣ । ରାଜ୍ୟର ୮ଟି ଜିଲ୍ଲାକୁ ବ୍ୟାପିଲାଣି କରୋନା ଭୂତାଣୁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଭଦ୍ରକରୁ ୩ ଏବଂ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଗୋଟିଏ ଲେଖାଏଁ ରିପୋର୍ଟ ପଜିଟିଭ୍‌ ଆସିଛି । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୩୫ କରୋନା ପଜିଟିଭ ଆସିଛି । ରାଜଧାନୀ ସତ୍ୟନଗର ସମେତ ୫ଟି ଜାଗାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.