ଲକଡାଉନ ପାଇଁ ବାପଘରୁ ଆସିପାରିଲେନି ସ୍ତ୍ରୀ ଅନୁପସ୍ଥିତିକୁ ବରଦାସ୍ତ କରିପାରିଲେନି ସ୍ୱାମୀ, ବେଡ଼ରୁମକୁ ଯାଇ କଲେ ଏମିତି

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି। ସେହିପରି ଲକଡାଉନ ନିୟମ ଉଲଂଘନକାରୀଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ କରୁଛି। ତେବେ ଏହି ସବୁ ମଧ୍ୟରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ କିଛି ଏମିତି ଘଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଲକଡାଉନ କାରଣରୁ ସ୍ତ୍ରୀ ନିଜ ବାପଘରୁ ଆସି ନ ପରିବାରୁ ସ୍ୱାମୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

suicideଗୋଣ୍ଡା ଜିଲ୍ଲା ଥାନା କୋତୱାଲି ନଗର ଅନ୍ତର୍ଗତ ରାଧା କୁଣ୍ଡ ଗାଁର ରାକେଶ ସୋନି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିବାନୁଯାୟୀ ଗତ କିଛି ଦିନ ହେବ ମୃତ ରାକେଶଙ୍କ ସ୍ତ୍ରୀ ବାପଘରକୁ ଯାଇଥିଲେ। ଏହି ସମୟରେ ଲକଡାଉନ ଯୋଗୁଁ ସେ ଆସିପାରିନଥିଲେ। କିନ୍ତୁ ରାକେଶ ସ୍ତ୍ରୀଙ୍କ ଅନୁପସ୍ଥିତିକୁ ବରଦାସ୍ତ କରିପାରିଲେନି। ଶେଷରେ ସ୍ତ୍ରୀଙ୍କୁ ଝୁରି ଝୁରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଉଠାଇଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.