ଲକଡାଉନ ପରେ ଏପ୍ରିଲ ୧୫ରୁ ଗଡ଼ିବ ଏହି ୪୫ଟି ଟ୍ରେନ, ରେଲୱେ ଜାରି କଲା ତାଲିକା

କରୋନା ଭାଇରସ ଯୋଗୁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏଣୁ ଭାରତୀୟ ରେଲୱେ ମଧ୍ୟ ନିଜ ସମସ୍ତ ଟ୍ରେନ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନକୁ ରଦ୍ଦ କରିଛି। ଏହି ଟ୍ରେନକୁ ଏପ୍ରିଲ ୧୪ରେ ଲକଡାଉନ ଉଠିଲା ପରେ ପୁନର୍ବାର ଏପ୍ରିଲ ୧୫, ବୁଧବାରରୁ ଆରମ୍ଭ କରିବାକୁ ଯୋଜନା ଚାଲିଛି।

15

ରେଲୱେ ତରଫରୁ ପ୍ରାଥମିକତା ଆଧାରରେ ୪୫ରୁ ୬୫ଟି ଟ୍ରେନ ଚଳାଚଳ କରିବାକୁ ପ୍ରସ୍ତୁତି ଚାଲିଛି। ଏଥିରେ ହାୱଡ଼ା ରାଞ୍ଚୀ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ସାମିଲ ରହିଛି। ଏହି ସମସ୍ତ ଟ୍ରେନକୁ ଏପ୍ରିଲ ୨୧, ମଙ୍ଗଳବାର ଯାଏଁ ଚଳାଇବାକୁ ପ୍ଲାନିଂ ହେଉଛି।

ଏହି ୪୫ରୁ ୬୫ ଟି ଟ୍ରେନ ମଧ୍ୟରେ ହାୱଡ଼ା-ନୂଆଦିଲ୍ଲୀ ରାଜଧାନୀ, ସିୟାଲଦହ- ନୂଆଦିଲ୍ଲୀ ରାଜଧାନୀ, ହାୱଡ଼ା-ମୁମ୍ବାଇ ମେଲ, ହାୱଡ଼ା-କୋଲକତା ମେଲ, କୋଲକତା- ଜମ୍ମୁତବୀ ଏକ୍ସପ୍ରେସ, ହାୱଡ଼ା-ଡେରାଡୁନ ଏକ୍ସପ୍ରେସ, ହାୱଡ଼ା-ରାଞ୍ଚୀ ଶତାବ୍ଦୀ ଏକ୍ସପ୍ରେସ, ହାୱଡ଼ା- ନୂଆଦିଲ୍ଲୀ ପୂର୍ବ ଏକ୍ସପ୍ରେସ, ହାୱଡ଼ା-ଯୋଧପୁର ଏକ୍ସପ୍ରେସ, ସିୟାଲଦହ-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ, ଓ ଭାଗଲପୁର- ରାଞ୍ଚୀ ବନାଞ୍ଚଳ ଏକ୍ସପ୍ରେସ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.