Below header

କରୋନା ସଂକ୍ରମଣ ପାଇଁ ଦେଶରେ ପ୍ରଥମ ଡାକ୍ତର ମୃତ୍ୟୁ, ଇନ୍ଦୋର ହସ୍ପିଟାଲରେ ନେଲେ ଶେଷ ନିଶ୍ୱାସ

କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଦେଶରେ ପ୍ରଥମଥର ପାଇଁ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଇନ୍ଦୋରରେ ବାସ କରୁଥିବା ଶତୃଘ୍ନ ପଞ୍ଜବାନି ନାମକ ଜଣେ ଡାକ୍ତର୍ କରୋନା ଭାଇରସ ଦ୍ଵାରା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ସୁଚନା ଅନୁଯାୟୀ ଡାକ୍ତର୍ ପଞ୍ଜବାନି ଆଜି ଭୋର୍ ୪ଟା ସମୟରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଖବର ମୁତାବକ ଡାକ୍ତର୍ ପଞ୍ଜବାନି କୌଣସି କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁନଥିଲେ । ତେବେ ସେ କୌଣସି କରୋନା ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ ବୋଲି ଆଶଂକା କରାଯାଉଛି । ଗତ କିଛିଦିନ ତଳେ ଡାକ୍ତର୍ ପଞ୍ଜବାନି କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲେ ଏବଂ ସେ ଜଣେ ପ୍ରାଇଭେଟ ପ୍ରାକ୍ଟିସନର ଥିଲେ ।

ସୁଚନା ଅନୁଯାୟୀ ମଧ୍ୟପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦୪ ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି । ତେବେ ସେଥିମଧ୍ୟରୁ କେବଳ ୨୦୩ ଜଣ କେବଳ ଇନ୍ଦୋରର ଅଟନ୍ତି । ରାଜ୍ୟରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.