Below header

କାରୋନା ହେଉ କିମ୍ବା ଅନ୍ୟ କିଛି ରୋଗ ସରକାର ଏହି ସ୍କିମ ଦ୍ୱାରା କରୁଛନ୍ତି ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା, ଜାଣନ୍ତୁ ଏହାକୁ ନେଇ ସବିଶେଷ ତଥ୍ୟ

କାରୋନା ମହାମାରୀ ଦ୍ୱାରା ସାରା ଦେଶ ଦୋହଲି ଯାଇଛି। ସମସ୍ତେ ଚାହୁଁଛନ୍ତି ଏହି କାରୋନା ଠାରୁ ନିଜକୁ ରକ୍ଷା କରିବାକୁ। ସରକାର କାରୋନା ଠାରୁ ଲଢ଼ିବା ପାଇଁ ପୂରା ସାହାଯ୍ୟ କରୁଛନ୍ତି। ସରକାର ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଏକ ବହୁତ ଭଲ ସ୍କିମ ପ୍ରସ୍ତୁତ କରିଛନ୍ତି। ଏହି ସ୍କିମରେ ମାଗଣାରେ କାରୋନା ଚିକିତ୍ସା କରାଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଆୟୁସମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହେଲ୍ଥ ଇନସୁରାନ୍ସ ସ୍କିମ ଅଟେ। ଏହାଦ୍ୱାରା ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ କଭରେଜ ପ୍ରଦାନ କରାଯାଏ। ଏହି ଯୋଜନା ଦ୍ୱାରା ଲାଭାର୍ଥୀମାନେ ସାର୍ବଜନିକ ଏବଂ ବ୍ୟକ୍ତିଗତ ଉଭୟ ହସ୍ପିଟାଲରେ ଚିକିତ୍ସାର ସୁବିଧା ପାଇପାରିବେ। ଚିକିତ୍ସାର ବିଲ ପ୍ୟାକେଜ ରେଟ ଆଧାରରେ କରାଯିବ।

pmଜରୁରୀକାଳୀନ ସେବା ସହିତ ଆହୁରୀ ଅନେନ ସ୍ୱାସ୍ଥ୍ୟ ସେବା ଅଛି ସାମିଲ

ଏହି ଯୋଜନା ଅନୁଯାଇ ଗର୍ଭାବସ୍ଥାଙ୍କ ଯତ୍ନ ଏବଂ ମାତୃ ସ୍ୱାସ୍ଥ୍ୟ ସେବା, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା, ବାଳ ସ୍ୱାସ୍ଥ୍ୟ, ଜୀର୍ଣ୍ଣ ସଂକ୍ରାମକ ରୋଗ, ଅନ୍ୟ ସଂକ୍ରାମକ ରୋଗ, ମାନସିକ ରୋଗର ପ୍ରବନ୍ଧନ, ଦନ୍ତ ଚିକିତ୍ସା, ବୟସ୍କଙ୍କ ପାଇଁ ଜରୁରୀ କାଳୀନ ଚିକିତ୍ସା ଭଳି ସ୍ୱାସ୍ଥ୍ୟ ସେବାକୁ ସାମିଲ କରାଯାଇଛି। ନିକଟରେ ଏକ ରିସର୍ଚ୍ଚ ଅନୁଯାୟୀ ଆୟୁସମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଗଲାଣି। ଏହାସହିତ ମୋଟ ୩.୭ କୋଟି ଲାଭାର୍ଥୀଙ୍କୁ ଏହି ଯୋଜନାରେ ଇ-କାର୍ଡ ଜାରି କରାଯାଇଛି।

rupeeଏହି ଯୋଜନାରେ ପ୍ରାୟ ୧୫,୪୦୦ହସ୍ପିଟାଲ ଅଛି ସାମିଲ

ସରକାରଙ୍କ ଏହି ଯୋଜନାରେ ପ୍ରାୟ ୧୫,୪୦୦ ହସ୍ପିଟାଲକୁ ଯୋଡ଼ା ଯାଇଛି। ପ୍ରଖ୍ୟାତ ଆମେରିକୀୟ ଉଦ୍ୟୋଗପତି ବିଲ ଗେଟ୍ସ ମଧ୍ୟ ଆୟୁସମାନ ଭାରତ ଯୋଜନାର ପ୍ରସଂଶା କରିଛନ୍ତି। ଏହି ଯୋଜନାର ସବୁଠାରୁ ବଡ ଖାସ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ହେଲେ ପରିବାରର ଆକାର ଏବଂ ବୟସର କୌଣସି ବନ୍ଧନ ନାହିଁ। ସରକାରୀ ହସ୍ପିଟାଲ ଏବଂ ପ୍ୟାନେଲରେ ସାମିଲ ହସ୍ପିଟାଲରେ ଆୟୁସମାନ ଭାରତ ଯୋଜନାର ଲାଭାର୍ଥୀଙ୍କୁ ବିନା ଟଙ୍କାରେ ବା କ୍ୟାସଲେସ ଓ ପେପରଲେସ ଚିକିତ୍ସା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.