ଲକ ଡାଉନର ଛଡାଇନେଲା ଭାଲୁଙ୍କ ମୁହଁରୁ ଆହାର, ଖାଦ୍ୟ ନ ପାଇ କେମିତି ବିକଳ ହେଉଛନ୍ତି ଦେଖନ୍ତୁ ଏହି ଭିଡିଓ

ବିଶ୍ୱବ୍ୟାପୀ କରୋନା ଭାଇରସର କରାଳ ରୂପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ତଥା ଦେଶର ଅଧିକାଂଶ ସ୍ଥାନରେ ଲକ ଡାଉନର ଘୋଷଣା କରା ଯାଇଛି । ଏହି ଲକ ଡାଉନ ସମୟରେ ମଣିଷ ତ ମଣିଷ ଜୀବଜନ୍ତୁ ମାନେ ବି ଖୁବ ହଇରାଣ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଲୋକ ମାନେ ଘରୁ ନ ବାହାରୁ ଥିବାରୁ ଏହି ଜୀବ ମାନଙ୍କୁ ଆବଶ୍ୟକତା ଅନୁସାରେ ଖାଦ୍ୟ ମିଳୁନାହିଁ । ନିକଟରେ ଘଟିଥିବା ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା ସ୍ଥିତ ଘୁଁଚପଲି ପାହାଡ ଉପରେ ଶ୍ରୀ ଚଣ୍ଡି ମାତାଙ୍କ ମନ୍ଦିର ଅବସ୍ଥିତ ।

bear

ବର୍ଷ ବର୍ଷ ଧରି ପାଖ ଜଙ୍ଗଲରୁ ଅନେକ ଭାଲୁ ମନ୍ଦିର ପରିସରକୁ ନିୟମିତ ଭାବେ ଆସିଥାନ୍ତି | ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବି ବଡ ଶ୍ରଦ୍ଧାର ସହ ଏମାନଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଜାରି ହୋଇଥିବା ଲକ ଡାଉନ କାରଣରୁ ନା ମନ୍ଦିରକୁ କୌଣସି ଶ୍ରଦ୍ଧାଳୁ ଆସୁଛନ୍ତି ନା ଭାଲୁ ମାନନ୍କୁ ଖାଇବାକୁ ମିଳୁଛି । ଫଳରେ ଏମାନଙ୍କୁ ଭୋକିଲା ହିଁ ରହିବାକୁ ପଡୁଛି ।ମନ୍ଦିରକୁ ଆସି ଭୋକିଲା ପେଟରେ ରହିବାକୁ ପଡୁଥିବାରୁ ଏହି ବନ୍ୟ ଜନ୍ତୁ ମାନେ ବି ଅସ୍ତବ୍ୟସ୍ତ ହୋଇଗଲେଣି । ଆଉ କିଛି ନ ପାଇ ଶେଷରେ ମନ୍ଦିରକୁ ଆସିଥିବା ଭାଲୁ ମାନେ ମନ୍ଦିର ପରିସରରେ ଥୁଆ ହୋଇଥିବା ଅଳିଆ ଆବର୍ଜନା ଡବା ଗୁଡିକୁ ଏଣେ ତେଣେ ପକାଉଛନ୍ତି ।

ଭାଲୁ ମାନଙ୍କ ପେଟ ବିକଳର ଦୃଶ୍ୟର ଭିଡିଓ ଟିକୁ ”ଇଣ୍ଡିଆନ ଫରେଷ୍ଟ ସର୍ଭିସ”ରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଫିସର ପ୍ରବୀଣ କାସବାନ । ଶ୍ରୀଯୁକ୍ତ କାଶବାନ ଭାଲୁ ମନ୍ଦିର ପରିସରରେ ଖାଦ୍ୟ ଖୋଜୁଥିବାର ଭିଡିଓ ଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓ ଟିକୁ ସେୟାର କରି ପ୍ରବୀଣ ତଳେ କ୍ୟାପ୍ସନରେ ଲେଖିଛନ୍ତିକି, “‘ଲକ ଡାଉନ କାରଣରୁ ମନ୍ଦିର ବନ୍ଦ ହେବା ଫଳରେ ଭାଲୁ ମାନଙ୍କୁ ଆଗ ଭଳି ଆଉ ଖାଦ୍ୟ ମିଳୁନାହିଁ । ସେମାନେ ପ୍ରତିଦିନ ଆସୁଛନ୍ତି । ଆଉ ଭୋକିଲା ପେଟରେ ଚାଲି ଯାଉଛନ୍ତି । ମନ୍ଦିରକୁ ଆସିଥିବା ଦୁଇଟି ଭାଲୁ ଖାଦ୍ୟ ନପାଇ ରାଗିକି ମନ୍ଦିର ପରିସରରେ ଥିବା ଡଷ୍ଟବିନ ଗୁଡିକୁ ଏଣେତେଣେ ପକେଇବାକୁ ଲାଗିଲେ ।

ଶ୍ରୀ କାଶବାନଙ୍କ ଅନୁଯାୟୀ ଜଙ୍ଗଲୀ ଜନ୍ତୁଙ୍କୁ ଖାଦ୍ୟ ନଦେବା ପାଇଁ ସବୁବେଳେ ପରାମର୍ଶ ଦିଆଯାଇଥାଏ ।” ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓ ଟିକୁ ଏଭିତରେ 12 ହଜାର ଲୋକ ଦେଖି ସାରିଲେଣି । ଏହା ସହ 1000 ରୁ ଅଧିକ ଲାଇକ୍ସ ମିଳିଵା ସହ 200 ରୁ ଅଧିକ ଜଣ ରିଟ୍ୱିଟ କରି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.