ଆସନ୍ତାକାଲି ଜାରି ହେବ ଲକ୍ ଡାଉନକୁ ନେଇ ନୂଆ ଗାଇଡ୍‌ଲାଇନ୍‌, କଣ ରହିବ କଟକଣା ତା ଉପରେ ନଜର

ନୂଆଦିଲ୍ଲୀ: ଦେଶରେ ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଦେଶବାସୀଙ୍କୁ ଅନୁଶାସନରେ ରହିବାକୁ ୭ଟି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ସମୟରେ ବାହାରକୁ ଯିବା ନିୟମ ଆହୁରି କଡ଼ା କରାଯିବ। ହଟ୍‌ସ୍ପଟ ଆଶଙ୍କା ଥିବା ଅଞ୍ଚଳ ଉପରେ ଅଧିକ ନଜର ରଖାଯିବ। ଘରର ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ।

bandhଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ କରୋନା ପାଇଁ ତୃଣମୂଳସ୍ତରରେ ସମୀକ୍ଷା କରାଯିବ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସ୍ଥିତି ସମୀକ୍ଷା କରାଯିବ। ଯେଉଁଠି ନୂଆ ମାମଲା ଆସିବ ନାହିଁ ସେହି ସ୍ଥାନ ମାନଙ୍କରେ କିଛିଟା କଟକଣା କୋହଳ ହେବ। ଏନେଇ ଆସନ୍ତାକାଲି ଗାଇଡ୍‌ଲାଇନ୍‌ ଜାରି କରିବେ କେନ୍ଦ୍ର ସରକାର।

ଏହାସହ ନୂଆ ଗାଇଡଲାଇନରେ ଦିନ ମଜୁରିଆଙ୍କ ହିତକୁ ଚିନ୍ତା କରି ପ୍ରସ୍ତୁତ କରାଯିବ। ଔଷଧ ଓ ଖାଦ୍ୟ ଶସ୍ୟ ପ୍ରଚୁର ପରିମାଣରେ ମହଜୁଦ ଅଛି । ଜାନୁଆରୀରେ ଦେଶରେ ଗୋଟିଏ ଲ୍ୟାବ୍‌ ଥିଲା। ବର୍ତ୍ତମାନ ଦେଶରେ ୨୨୦ଟି ଲ୍ୟାବ୍‌ରେ ଟେଷ୍ଟିଂ ଚାଲିଛି। ଭାରତରେ ୬୦୦ ହସ୍ପିଟାଲରେ ଚାଲିଛି କୋଭିଡ଼ ଚିକିତ୍ସା। ୧ ଲକ୍ଷରୁ ଅଧିକ ଶଯ୍ୟା ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.