Below header

ଖୁବଶୀଘ୍ର ଏହି ନିର୍ଦେଶକଙ୍କ ସହ ତୃତୀୟ ଫିଲ୍ମରେ ନଜର ଆସିବେ ରଣବୀର ସିଂ

ଫିଲ୍ମ ‘ଗଲି ବୟ’ରେ ରଣବୀର ସିଂହ ଭିନ୍ନ ରୂପେ ନଜର ଆସିବା ସହ କହିଥିଲେ ଏହା ସେହି ଫିଲ୍ମ ଯାହା ପାଇଁ ସର୍ବଦା ମୋର ଗର୍ବ ରହିବ । ସୂଚନା ମୁତାବକ ଜୋୟାଙ୍କ ଆଗାମୀ ଫିଲ୍ମର ସ୍କ୍ରିପ୍ଟ ତିଆରି ହୋଇସାରିଛି ଏବଂ ସେ ଏହି ଫିଲ୍ମରେ ରଣବୀର ସିଂହଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି।

ranveer_zoya

ରିପୋର୍ଟ ଅନୁଯାୟୀ ରଣବୀର ଜୋୟାଙ୍କ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ହଁ ମାରିଛନ୍ତି। କିନ୍ତୁ ଫିଲ୍ମର ବିଷୟ କଣ? କାହାଣୀ କଣ ରହିଛି? ଏହି ବିଷୟରେ କିଛି ଖୁଲାସା କରାଯାଇନାହିଁ। ରଣବୀର ଯଦି ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ଜୋୟାଙ୍କ ସହ ତାଙ୍କର ଏହା ୩ୟ ଫିଲ୍ମ ହେବ। ଏହାପୂର୍ବରୁ ସେ ‘ଦିଲ ଧଡ଼କନେ ଦୋ’ ଏବଂ ‘ଗଲି ବୟ’ ଫିଲ୍ମରେ ନଜର ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.