Below header

ଶେଷ ହେଲା ତୈଳ ଯୁଦ୍ଧ, ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ୟା ଉପରେ ହେଲା ଆଲୋଚନା

ଗତ କିଛି ଦିନ ହେଲାଣି ଲାଗି ରହିଥିବା ତୈଳ ଯୁଦ୍ଧ ବା ଇନ୍ଧନ ମୂଲ୍ୟଜନିତ ଯୁଦ୍ଧର ଅନ୍ତ ଘଟିଛି । ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେବା ସହ ଅଏଲ ଯୁଦ୍ଧ ଶେଷ ଘଟିଥିବା ଜଣାପଡିଛି । ଯଦି ଏହି ଯୁକ୍ତି ସଫଳ ହୋଇଥାନ୍ତା ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟହ୍ରାସ ହୋଇଥାନ୍ତା । ଉତ୍ପାଦନ କମାଇବା ଲାଗି ଓପେକ୍ ପ୍ଲସ୍ ଦେଶ ସମୂହ ସହମତି ପ୍ରକାଶ କରିଛନ୍ତି। ଏଥିଲାଗି ଗତ ଗୋଟିଏ ସପ୍ତାହ ଧରି ମାରାଥନ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିଲା। ଏହି ଦେଶଗୁଡିକର ତୈଳମନ୍ତ୍ରୀ ଏବଂ ବିଶ୍ୱ ଲିଡରମାନେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

11

ଚୁକ୍ତି ମୁତାବକ ଓପେକ ପ୍ଲସ୍ ଦେଶ ଦିନକୁ ଉତ୍ପାଦନକୁ ୯.୭ ନିୟୁତ ବ୍ୟାରେଲକୁ ଖସାଇବେ। ଦୈନିକ ୧୦ ନିୟୁତ ବ୍ୟାରେଲ ଉତ୍ପାଦନ ଲାଗି ଏହି ଉତ୍ପାଦନକାରୀ ଦେଶ ସମୂହ ପୂର୍ବରୁ ଯୋଜନା କରିଥିଲେ। ମେକ୍ସିକୋ କୂଟନୈତିକ ବିଜୟ ହାସଲ କରିଥିବା ବେଳେ ମାତ୍ର ଏକ ଲକ୍ଷ ବ୍ୟାରେଲ ଉତ୍ପାଦନ କମାଇବ। ଏବେ ଅଶୋଧିତ ତୈଳ ବଜାରକୁ କରୋନା କ୍ଷତିଗ୍ରସ୍ତ କରିଛି। ବିମାନ ସେବା ଏବଂ ପରିବହନ ଠପ୍ ହୋଇଥିବାରୁ ଗ୍ୟାସୋଲିନ ଏବଂ ଅଶୋଧିତ ତୈଳ ଚାହିଦା ମାତ୍ରାଧିକ ଖସିଯାଇଛି। ଚାହିଦା ୧୮ ମାସର ସର୍ବନିମ୍ନ ସ୍ତରକୁ ଚାଲିଯାଇଥିବା ସୂଚନା ରହିଛି। ଏବେ ବିଶ୍ୱର ତୈଳ ବଜାର ଚାହିଦା ଏବଂ ଯୋଗାଣକୁ ନେଇ ଚିନ୍ତିତ ରହିଛି। ଗୋଟିଏ ପଟେ ଏହା ଓପେକ ଦେଶ ସମୂହଙ୍କ ଲାଗି ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.