ଦେଶବାସୀଙ୍କୁ ମୋଦିଙ୍କ ମୋଦିଙ୍କ ସାତଟି କଥା : ଜାଣନ୍ତୁ କେଉଁ ସବୁ କଥା ପ୍ରତି ଗୁରୁତ୍ବ ଦେବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଇବା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ର। ଏହି ଅବସରରେ କୋରୋନା ମୁକାବିଲା ପାଇଁ ମୋଦି ଦେଶବାସୀଙ୍କୁ ଅନୁଶାସନରେ ରହିବାକୁ ୭ଟି କଥା କହିଥିଲେ । ଆସନ୍ତୁ ଜାଣିବା ସେହି ସପ୍ତପଦୀ କଥା କଣ?

ମୋଦିଙ୍କ ସପ୍ତପଦୀ

୧- ଘରେ ବୟସ୍କଙ୍କ ଅଧିକ ଧ୍ୟାନ ରଖନ୍ତୁ
ପୂର୍ବରୁ କୌଣସି ରୋଗ ଥିଲେ ବିଶେଷ ଧ୍ୟାନ ଦିଅନ୍ତୁ

୨- ଲକ୍‌ଡାଉନ୍‌ ଓ ସାମାଜିକ ଦୂରତାର ଲକ୍ଷ୍ମଣ ରେଖାକୁ ପାଳନ କରନ୍ତୁ
ଘର ତିଆରି ମାସ୍କ ବ୍ୟବହାର କରନ୍ତୁ

୩- ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ
ଗରମ ପାଣି ଓ କାଢା ନିୟମିତ ପିଅନ୍ତୁ

୪- କରୋନା ସଂକ୍ରମଣ ରୋକିବାକୁ ମୋବାଇଲ୍‌ ଆପ୍‌ ‘ଆରୋଗ୍ୟ ସେତୁ’ ଡାଉନ୍‌ଲୋଡ୍‌ କରନ୍ତୁ
ଅନ୍ୟମାନଙ୍କୁ ମଧ୍ୟ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କୁହନ୍ତୁ

୫- ଯଥା ସମ୍ଭବ ଗରିବ ପରିବାରର ଦେଖାଶୁଣା କରନ୍ତୁ
ଗରିବଙ୍କ ଖାଦ୍ୟର ଆବଶ୍ୟକତା ପୂରଣ କରନ୍ତୁ

୬- ନିଜ ବ୍ୟବସାୟରେ ସହଯୋଗ କରୁଥିବା କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ
କର୍ମଚାରୀଙ୍କୁ ଚାକିରିରୁ ବାହାର କରନ୍ତୁ ନାହିଁ

୭- ଦେଶରେ କରୋନା ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀଙ୍କ ସମ୍ମାନ କରନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.