ମଦ ନ ମିଳିବାରୁ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ଯୁବକ, ପୋଲିସ ଧରିବାରୁ ପକାଇଲେ ଛେପ

କ୍ୱାରେଣ୍ଟାଇନ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରେଣ୍ଟାଇନ ହୋମରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନ ମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ପଳାଉଥିବା ବେଳେ ପୋଲିସ ଅଟାଇବାକୁ ଚେଷ୍ଟା କରିଥିଲା । ପୋଲିସ ଅଟକାଇବା ସମୟରେ ଯୁବକ ଜଣକ ପୋଲିସକୁ ଆକ୍ରମଣ କରିବା ସହିତ ଛେପ ପକାଇଥିଲା ।

ଏହି ଘଟଣା ପରେ ପୋଲିସ ଉକ୍ତ ଯୁବକକୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ପୋଲିସକୁ ଆକ୍ରମଣ ନେଇ କୌଣସି ମାମଲା ରୁଜୁ କରାଯାଇନାହିଁ । କେବଳ ଲକଡାଉନ ଉଲ୍ଲଙ୍ଘନ ପାଇଁ ମାମଲା ରୁଜୁ କରାଯାଇଥିବା ନେଇ ଉନ୍ସପେକ୍ଟର ପ୍ରତିଭା ଯୋଶୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.