୩ ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ବର: ଗତ ୩୬ ଘଣ୍ଟା ମଧ୍ୟରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଚିନ୍ତା ବଢିଛି । ଏଥିପାଇଁ ଜିଲ୍ଲାପ୍ରଶାନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସେପଟେ ୩ ଜିଲ୍ଲା ମେଡିକାଲ କଲେଜର ଦକ୍ଷ ଅଧିକାରୀ, ବରିଷ୍ଠ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଓଡ଼ିଶା ରାପିଡ୍‌ ରେସ୍‌ପନ୍ସ ଟିମ୍‌କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ । ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଏହି ତିନି ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୩ରେ ପହଞ୍ଚିଛି । ବାଲେଶ୍ୱରେ ୮, ଭଦ୍ରକରେ ୮ ଓ ଯାଜପୁରରେ ୭ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ତିନି ଜିଲ୍ଲାରେ ବାହାରୁଥିବା ଅଧିକାଂଶ ପଜିଟିଭ୍ ମାନଙ୍କ ଟ୍ରାଭେଲ ହିଷ୍ଟ୍ରିରେ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଯାହାଫଳରେ ଜିଲ୍ଲାପ୍ରଶାନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.