ଏହି ସରକାରୀ କର୍ମଚାରୀଙ୍କ କଟିବ ଦରମା, ଜାଣନ୍ତୁ କାହାର କେତେ କଟିବ ସାଲାରୀ

ସାରା ଦୁନିଆରେ କରୋନାର ପ୍ରକୋପ ଜାରୀ ରହିଛି। ଭାରତ ମଧ୍ୟ ତାର କରାଳ ଜାଲରୁ ମୁକ୍ତି ପାଇନାହିଁ। ଆଉ ଏହାର ସିଧା ପ୍ରଭାବ ଏବେ କର୍ମଜୀବିଙ୍କ ଉପରେ ପଡିଛି। ଏହାର ସରକାରୀ ଏବଂ ପ୍ରାଇଭେଟ ଉଭୟ ଚାକିରୀର ଲୋକଙ୍କ ଉପରେ ପଡୁଛି। କେନ୍ଦ୍ର ସରକାର ସାଂସଦଙ୍କ ଦରମାରେ ଛାଡ କରିଛନ୍ତି। ଏହାବ୍ୟତୀତ ସାଂସଦଙ୍କୁ ମିଳୁଥିବା ସାଂସଦ ନିଧିକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି।

ଏମିତି ପଦକ୍ଷେପ ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡ ରାଜ୍ୟର ସରକାର ମଧ୍ୟ ଉଠାଇଛନ୍ତି। ଏହି ସବୁ ରାଜ୍ୟରେ ମଧ୍ୟ ସାଂସଦଙ୍କ ଦରମା ଛାଡ କରାଯାଇଛି। ଏହାସହିତ ବିଧାୟକ ନିଧି ଫଣ୍ଡକୁ ରୋକିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସେହିପରି ତେଲେଙ୍ଗାନା ରାଜ୍ୟରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଦରମା ଛାଡ କରିବାକୁ ଘୋଷଣା କରାଯାଇଛି। ସରକାରୀ କର୍ମଚାରୀଙ୍କ ଦରମା ୭୫ ପ୍ରତିଶତ ପର୍ଯ୍ୟନ୍ତ କାଟି ନିଆଯିବ। ତେଲେଙ୍ଗାନାରେ କେବଳ ସରକାରୀ କର୍ମଚାରୀଙ୍କ ଦରମା କଟାଯାଇନାହିଁ, ଏମାନଙ୍କ ସହିତ କଣ୍ଟ୍ରାକ୍ଟରେ କାମ କରୁଥିବା ଆଉଟସୋର୍ସ କର୍ମଚାରୀଙ୍କ ଦରମା ମଧ୍ୟ ୧୦ ପ୍ରତିଶତ କାଟି ଦିଆଯିବ।

ଏହାଛଡା ମହାରାଷ୍ଟ୍ର ସରକାର ମଧ୍ୟ କର୍ମଚାରୀଙ୍କ ଦରମାକୁ ନେଇ ପରିବର୍ତ୍ତନ କରିଛନ୍ତି। ସେମାନଙ୍କ ଦରମା ପୁନର୍ବାର ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। କର୍ମଚାରୀଙ୍କୁ ମାର୍ଚ୍ଚର ଦରମା ଦୁଇ ଥର ଆସିବ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.