Below header

କରୋନାକୁ ନେଇ WHOର ଚେତାବନୀ, ଆସୁଛି ସବୁଠାରୁ ଖରାପ ସମୟ

କରୋନା ଜୀବାଣୁ ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱ WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)ର ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛି । ଏହି ସମୟରେ WHO ଦ୍ୱାରା ପ୍ରତିଦିନ ନୂତନ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଉଛି ଯାହାଦ୍ୱାରା ଆପଣ ଏହି ମାରାତ୍ମକ ଜୀବାଣୁକୁ ଏଡାଇ ପାରିବେ । ତେବେ ଏଭଳି ପରିସ୍ଥିତିରେ WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଏକ ଭୟାନକ ଚେତାବନୀ ଦେଇଛନ୍ତି । ଟେଡ୍ରୋସ୍ କହିଛନ୍ତି ଯେ ଏହାଠାରୁ ମଧ୍ୟ ଖରାପ ସମୟ ଆସୁଛି । ତେବେ ପରିସ୍ଥିତି କାହିଁକି ଖରାପରୁ ଖରାପ ହେବ ବୋଲି ସେ କହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନା ଅନୁଯାୟୀ କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୧.୬୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ କିଛି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଭବିଷ୍ୟତରେ ଏହି ସଂକ୍ରମଣ ଆଫ୍ରିକୀୟ ଦେଶମାନଙ୍କରେ ବ୍ୟାପିଯିବ । ଯେଉଁଠାରେ ସ୍ୱାସ୍ଥ୍ୟ ସୁବିଧା ଅତ୍ୟନ୍ତ ଖରାପ ଅଟେ । ଜେନେଭାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ଟେଡ୍ରୋସ୍ କରୋନା ସଂକ୍ରମଣକୁ ୧୯୧୮ ର ସ୍ପାନିସ୍ ଫ୍ଲୁ ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ “୧୯୧୮ ଫ୍ଲୁ ଯେଉଁଥିରେ ପାଖାପାଖି ଏକ କୋଟି ଲୋକ ପ୍ରାଣ ହରାଇଥିଲେ, ବର୍ତ୍ତମାନର ପରିସ୍ଥିତି ମଧ୍ୟ ସେପରି ହୋଇପାରେ ।” ଟେଡ୍ରୋସ କହିଥିଲେ ଯେ “ଆମ ଉପରେ ବିଶ୍ୱାସ କର, ସବୁଠାରୁ ଖରାପ ସମୟ ଏପର୍ଯ୍ୟନ୍ତ ଆସିନାହିଁ । ବର୍ତ୍ତମାନ ଆମର ଟେକ୍ନୋଲୋଜି ଅଛି, ଆମେ ଏହି ବିପଦକୁ ଏଡ଼ାଇ ପାରିବା । ସେହି ପ୍ରକାର ସଙ୍କଟରୁ ରକ୍ଷା ପାଇପାରିବା । ଏହି ବିପଦକୁ ବନ୍ଦ କରିବା ଉଚିତ୍ । ଏହା ଏପରି ଏକ ଭୂତାଣୁ ଯାହାକୁ ଏବେବି ଲୋକମାନେ ବୁଝିପାରୁ ନାହାଁନ୍ତି । ”

Coronavirus declared global health emergency by WHO - BBC News

ଏହାସହିତ ସେ କହିଥିଲେ ଯେ ଆମେ ପ୍ରଥମ ଦିନରୁ କରୋନା ପାଇଁ ଚେତାବନୀ ଦେଇ ଆସୁଛୁ ଯେ ଏହା ଏପରି ଏକ ସୈତାନ ଯାହା ବିରୋଧରେ ଆମ ସମସ୍ତଙ୍କୁ ଏକାଠି ଯୁଦ୍ଧ କରିବାକୁ ପଡ଼ିବ । ଆମେରିକାର ପ୍ରସଙ୍ଗରେ ଟେଡ୍ରୋସ କହିଥିଲେ ଯେ ପ୍ରଥମ ଦିନରୁ ଆମେରିକାକୁ କରୋନା ଭାଇରସ ସଂପର୍କରେ କିଛି ଅଜଣା ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.