Below header

ମୁମ୍ବାଇର ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ

ଭାରତର କରୋନା ରାଜ୍ୟ ଭାବେ ଜଣା ମହାରାଷ୍ଟ୍ରର ମୁମ୍ବାଇ ସହରରେ ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ମୁମ୍ବାଇ ନଗର ନିଗମ ଏବାବଦରେ ଖବର ଦେଇଥିବା ବେଳେ ଏହି ସମସ୍ତ ପତ୍ରକାରଙ୍କୁ ଆଇସୋଲେସନରେ ରଖାଯାଇଛି । ଅନ୍ୟ ପକ୍ଷରେ ଫିଲଡରେ କାମ କରୁଥିବା ଫଟୋଗ୍ରାଫର, ଭିଡିଓ ପତ୍ରକାର, ରିପୋର୍ଟର ସମେତ ୧୭୧ ଟି ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଭାରତ ସମେତ ପୁରା ବିଶ୍ୱରେ କରୋନା ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହି ଯୁଦ୍ଧରେ ଯେଉଁମାନେ ମୁଖ୍ୟ ଭୂମିକା ନିଭେଇ ଆସୁଥିଲେ ବା ଯେଉଁ ମାନଙ୍କୁ କରୋନା ଯୋଦ୍ଧା ବୋଲି କୁହାଯାଏ । ସେମାନେ ବି ଧୀରେ ଧୀରେ ଏହି ମାରାତ୍ମକ ଭାଇରସରେ ସଂକ୍ରମିତ ହେବାରେ ଲାଗିଛନ୍ତି ।

ପୂର୍ବରୁ ଡାକ୍ତର ତଥା ନର୍ସ ମାନେ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିବା ବେଳେ ଏବେ ସାମ୍ବାଦିକ ମାନେ ବି ଏହା ଦ୍ୱାରା ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ସାଧାରଣ ଲୋକେ ଯେଉଁ ମାନଙ୍କ ଉପରେ ନିଜର ଆସ୍ଥା ରଖି ଆସୁଛନ୍ତି ସେମାନେ ଯଦି ସଂକ୍ରମିତ ହେବ, ତେବେ ଆଗକୁ ପରିସ୍ଥିତି ଯେ କେତେ ମାତ୍ରାରେ ଗମ୍ଭୀର ହେବ ତାହା ଅନୁମେୟ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ବରିଷ୍ଠ ବୈଜ୍ଞାନିକ ଆର ଗାଙ୍ଗଖେଡ଼କରଙ୍କ ଅନୁଯାୟୀ, କରୋନା ସହିତ ଲଢ଼ିବା ପାଇଁ ସମସ୍ତ ସମ୍ଭାବିତ ପ୍ରୟାସ ଜାରି ରହିଥିବା ବେଳେ ଏଭିତରେ ୮୦ ପ୍ରତିଶତ ମାମଲା ଏମିତି ଅଛି, ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.