ମହାମାରୀ ଭୂତାଣୁ ଆକ୍ରମଣରେ ଭାରତରେ ଗଲାଣି ୫୯୦ଜଣଙ୍କ ଜୀବନ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ମହାମାରୀ ଭୂତାଣୁ ଆକ୍ରମଣରେ ଗଲାଣି ପ୍ରାୟ ୫୯୦ ଜୀବନ । ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଟପିଛି । ୧୮ ହଜାର ୬୦୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୫୯୦ ହୋଇଛି । ବିଭିନ୍ନ ହସ୍ପିଟାଲରେ ୧୪,୭୫୯ ଜଣ ଚିକିତ୍ସାଧୀନ ଥିବାବଳେ ୩୨୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

coronavirus 1ସେପଟେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୬୬ ହୋଇଥିବା ବେଳେ ୨୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ କରୋନା ଆକ୍ରାନ୍ତ ୨ ହଜାର ଟପିଛି । ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.