ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତିନିଟି ମୁଖ୍ୟ ପ୍ରସଙ୍ଗରେ ଚାଲିଛି ଆଲୋଚନା
ନୂଆଦିଲ୍ଲୀ: ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ୍କୁ ନେଇ ଦେଶର ସ୍ଥିତି ଓ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ସଂପର୍କରେ ଆଲୋଚନା ଚାଲିଛି । ସୂଚନା ଅନୂସାରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ତିନିଟି ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ସ୍ଥିତି, ଦେଶରେ ନୂଆ କଣ୍ଟେନମେଣ୍ଟ ଜୋନ୍ କିପରି ନହେବ ସେଥିପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ସେ ସଂପର୍କରେ ଆଲୋଚନା ଚାଲିଛି ।
ମେ ୩ ତାରିଖ ପରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ବି ଆଲୋଚନା ହୋଇପାରେ । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆସନ୍ତା ମେ ୩ ତାରିଖରେ ସରୁଛି । ଏହା ମଧ୍ୟରେ ଅନେକ ସ୍ଥାନରେ କଟକଣାରେ କୋହଳ କରାଯାଇଛି । ବିଭିନ୍ନ ଜିଲ୍ଲାଗୁଡିକୁ ରେଡ୍ ଓ ଗ୍ରୀନ୍ ଜୋନରେ ଭାଗ କରାଯାଇଛି । ଭିନ୍ନ ଭିନ୍ନ ଜୋନ ନେଇ ଭିନ୍ନ ଭିନ୍ନ ନୀତି ତିଆରି ହୋଇଛି । ତେଣୁ ମେ ୩ରେ ସରୁଥିବା ଲକ୍ଡାଉନ୍ ସମ୍ପର୍କରେ ଆଲୋଚନା ଚାଲିଛି। କୋଭିଡ-୧୯ ନେଇ ପ୍ରଧାନମନ୍ତ୍ରୀ ଆଜି ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ।