Below header

ଚେନ୍ନାଇରୁ ଗଞ୍ଜାମ ଆଉ ଏକ ଜଳଯାତ୍ରା, ସମୁଦ୍ର ମଝିରେ ଫସି ରହିଗଲେ ୩୯ ମତ୍ସ୍ୟଜୀବୀ

ବ୍ରହ୍ମପୁର (କେ ନ୍ୟୁଜ) : ଆସୁଥିଲେ ଘରକୁ, ଫସିଗଲେ ସମୁଦ୍ର ମଝିରେ । ପୁଣି କିଛି ମତ୍ସ୍ୟଜୀବୀ ଚେନ୍ନାଇରୁ ବୋଟ୍‌ରେ ନିଜ ଜନ୍ମ ମାଟିକୁ ଫେରୁଥିବା ବେଳେ ସମୁଦ୍ର ମଝିରେ ଫସି ରହି ଯାଇଛନ୍ତି । ବୋଟ୍‌ରୁ ତେଲ ସରିଯିବା ଫଳରେ ସେମାନଙ୍କ ଡଙ୍ଗା ଅଥଳ ଜଳ ଭିତରେ ଅଟକି ଯାଇଛି । ପଲାସା ନିକଟ ପାରୁଆ ଠାରେ ଏହି ବୋଟ୍‌ଟି ଅଟକି ରହିଛି । ଗଞ୍ଜାମ ଜିଲ୍ଲା ରାମେୟା ପାଟଣାରୁ ଅନ୍ୟ ଏକ ବୋଟ୍‌ରେ ତେଲ ପଠା ଯାଇଛି । ତେଲ ଭରିବା ପରେ ସେହି ବୋଟ୍‌ ସହ ଏଥିରେ ଫସିଥିବା ଲୋକେ ରାମେୟା ପାଟଣା ଫେରିବେ ।
ଏହି ବୋଟ୍‌ରେ ୩୯ ଜଣ ମତ୍ସ୍ୟଜୀବୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଆନ୍ଧ୍ର ପ୍ରଦେଶର । ତେବେ ଆନ୍ଧ୍ରର ଲୋକମାନଙ୍କ ସେଠାରୁ ନିଜ ଅଞ୍ଚଳକୁ ନେବାର ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କୁ ରାମେୟା ପାଟଣା ଅଣାଯିବା ପରେ ୧୪ ଦିନ କବାରେଣ୍ଟାଇନ୍‌ରେ ରଖାଯିବ ବୋଲି ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.