ଦେଶରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କ ପାଇଁ ସରକାର ଚଲାଇ ପାରନ୍ତି ସ୍ପେଶାଲ ଟ୍ରେନ, ମାଗଣା ହେବ ଯାତ୍ରା

ଲକଡାଉନ ପରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକମାନଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ କରାଯାଉଥିବା ଦାବି ବଢ଼ିବାରେ ଲାଗିଛି। କେବଳ ରାଜ୍ୟ ସରକାର ନୁହନ୍ତି ସ୍ଥାନୀୟ ସାଂସଦଙ୍କ ଉପରେ ମଧ୍ୟ ଦାବି ପଡୁଛି। ଏମିତିରେ ଯୋଜନା ମଧ୍ୟ ଖୋଜା ଯାଉଛି ଯେ କେମିତି ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ତାଙ୍କ ଘରେ ପହଞ୍ଚାଯିବ। ଏହାର ବହୁତ ବଡ଼ ମାଧ୍ୟମ ହେଉଛି ରେଲୱେ। ସେହିପରି ରେଲୱେ ମଧ୍ୟ ନିଜ ତରଫରୁ ସବୁ ପ୍ରକାର ପ୍ରସ୍ତୁତି କରୁଛି। ଯଦି କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ଆସେ ତେବେ କିଛି ସ୍ପେଶାଲ ଟ୍ରେନ ଗ୍ରୀନ ଜୋନରେ ଚାଲିପରିବ। କିନ୍ତୁ ଏହାକୁ ନେଇ ଅଫିସିଆଲ ଭାବରେ ରେଲୱେ ଏହାକୁ ନେଇ ସ୍ପଷ୍ଟ କାରିନାହିଁ।

pm modiଆଜି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଅନଲାଇନ କନଫେରେନ୍ସ ଜରିଆରେ କଥାବାର୍ତ୍ତା କରିବେ। ଏମିତିରେ ଅନୁମାନ କରାଯାଉଛି ଯେ କିଛି ରାଜ୍ୟ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ଚର୍ଚ୍ଚା କରିବେ। ଏମିତି ସ୍ଥିତିରେ ରେଲୱେ କିଛି ସ୍ୱତନ୍ତ୍ର ଟ୍ରେନ ଚଲାଇପାରେ। ଯାହାଦ୍ୱାରା ଲୋକଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନରେ ପହଞ୍ଚାଇହେବ।

train1ତେବେ ରେଲୱେର ଖବର ଅନୁଯାୟୀ ଯଦି ଏହି ସ୍ୱତନ୍ତ୍ର ଟ୍ରେନ ଚାଲିଲା ତେବେ ରାସ୍ତାରେ ନା କେଉଁଠି ରହିବ ନା ଯାତ୍ରୀ ଟ୍ରେନକୁ ଅଟକାଇପାରିବେ। ଟ୍ରେନ ଏକ ନିଶ୍ଚିତ ଗନ୍ତବ୍ୟରେ ଚାଲିବ ଏବଂ ସେଇଠି ହିଁ ଅଟକିବ ଯେଉଁଠି ତାକୁ ସ୍ୱୀକୃତି ମିଳିଥିବ। ଏହି ସ୍ପେଶାଲ ଟ୍ରେନରେ କେଉଁମାନେ ଯାତ୍ରା କରିବେ ତାହାର ସ୍ୱୀକୃତି ରାଜ୍ୟ ସରକାର ଦେବେ। ତେବେ ସବୁଠାରୁ ଖାସ କଥା ହେଉଛି ଯାତ୍ରା ପାଇଁ କୌଣସି ପ୍ରକାର ଶୁଳ୍କ ଯାତ୍ରୀଙ୍କ ଠାରୁ ନିଆଯିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.