ଗୁଜରାଟରେ ଫସିଛନ୍ତି ଓଡିଶାର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରଶାସନ ନିକଟରେ କରିଛନ୍ତି ଗୁହାରୀ
କରୋନା ଭାଇରସ ଯୋଗୁଁ ସମଗ୍ର ଦେଶ ଲକଡାଉନ। ଏହି ଲକଡାଉନ ଯୋଗୁଁ ଗୁଜରାଟ ଗାନ୍ଧୀନଗରରେ ଓଡିଶାରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ଗୁଜରାଟରେ ସେଞ୍ଚୁରିଆନ ୟୁନିଭରସିଟିରେ ପାଠ ପଢୁଥିଲେ। କରୋନା ମହାମାରୀ ବଢୁଥିବା ଯୋଗୁଁ ଗାନ୍ଧୀନଗରକୁ ରେଡ ଜୋନ କରାଯାଇଛି।
ଏଥିପାଇଁ ଦୋକାନ ବଜାର ସବୁ ବନ୍ଦ ରହିଛି। ସେଠାରେ ଫସିଥିବା ଛାତ୍ରଛାତ୍ରୀ ଦରକାରୀ ଜିନିଷ ପାଇଁ ମଧ୍ୟ ହଇରାଣ ହେଉଛନ୍ତି। ଏପରି ସ୍ଥଳେ ସେମାନେ ଓଡିଶାକୁ ଫେରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛନ୍ତି। ଅନ୍ୟ ରାଜ୍ୟରୁ ଛାତ୍ରଛାତ୍ରୀ ଓଡିଶାକୁ ଫେରିପାରୁଛନ୍ତି। ତେଣୁ ସେମାନେ ଗାନ୍ଧିନଗର ପ୍ରଶାସନକୁ ନିବେଦନ କରି ବିଫଳ ମଧ୍ୟ ହୋଇଛନ୍ତି। ଶେଷରେ ନିରାଶ ହୋଇ ସେମାନେ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି କି, ସେମାନେ କିପରି ଓଡିଶାକୁ ଫେରି ପାରିବେ, ତାହା ପ୍ରଶାସନ ବ୍ୟବସ୍ଥା କରି ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣନ୍ତୁ।