ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ: ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ। ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର ଓ ସେବକ। ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ଏଥିସହ ପ୍ରତ୍ୟେକ ରଥର ଗୋଟିଏ ଲେଖାଏ ଅଖ କାମ ମଧ୍ୟ ଆରମ୍ଭ ହୋଇଛି।

rathanirmanଚଳିତ ବର୍ଷ ୧୧ ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ବେଶ ତ୍ୱରାନ୍ଵିତ ହୋଇଛି। ଦିନ ରାତି ଏକ କରିଦେଇଛନ୍ତି ରଥ ନିର୍ମାଣ ସହ ସଂପୃକ୍ତ ସମସ୍ତ ସେବକ। ସୂଚନାଯୋଗ୍ୟକି, କରୋନା ମହାମାରୀ କାରଣରୁ ଚଳିତ ବର୍ଷର ରଥଯାତ୍ରା କରାଯିବ କି ନାହିଁ ଦ୍ବନ୍ଦ୍ବ ଲାଗି ରହିଥିଲା । ପବିତ୍ର ଅକ୍ଷିତୃତୀୟା ଠାରୁ ରଥ ନିର୍ମାଣ କରାଯିବାର ବିଧି ରହିଥିବା ବେଳେ ଅନିଶ୍ଚିତତା କାରଣରୁ ଏହାକୁ ଆଗେଇ ନିଆଯାଇ ପାରିନଥିଲା । ପରେ ଆପୋଷ ଆଲୋଚନା କରାଯାଇ ଗତ କାଲି ଠାରୁ ରଥନିର୍ମାଣ କାମ ଆରମ୍ଭ କରାଯାଇଛି । ରଥ ନିର୍ମାଣ ଦାୟିତ୍ୱରେ ଥିବା ବିଶ୍ୱକର୍ମା ମାନେ ଅଧିକ ପରିଶ୍ରମ କରି ନିର୍ଦ୍ଧିଷ୍ଟ ସମୟ ସୁଦ୍ଧା ଏହାକୁ ଶେଷ କରିବେ ବୋଲି କଥା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.