ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ଦୁଇ ଜିଲ୍ଲାକୁ ସଂଯୋଗ କରାଇ ଦେଖାଇଛନ୍ତି ନିଜର ଯୋଶ୍

ବାଲେଶ୍ବର: ଇଚ୍ଛା ଶକ୍ତି ଥିଲେ ଜଣେ ଯେକୌଣସି ବୟସରେ ବି କିଛି କରି ଦେଖାଇ ପାରିବ, ଏଥିରେ କୌଣସି ଦ୍ବନ୍ଦ ନାହିଁ । ଆଜିକାଲି ଜୀବନରେ ସମସ୍ତେ ସ୍ବାର୍ଥପର ଜୀବନ ବିତାଉଥିବା ବେଳେ ଏମିତି ଜଣେ ବ୍ଯକ୍ତି ବିଶେଷ ଯିଏ ପରୋପକାରକୁ ନିଜର ଧର୍ମ ଭାବେ ଗ୍ରହଣ କରିଛନ୍ତି । ଯାହାଙ୍କ ପାଇଁ ଆଜି ଦୁଇଟି ଜିଲ୍ଲା ଗୋଟିଏ ସୂତାରେ ବନ୍ଧା ହୋଇଛି । ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗିପାରେ କିନ୍ତୁ ଏହା ସତ । ଜଣେ ୭୭ ବର୍ଷିୟ ବୃଦ୍ଧ ଏକା ତିଆରି କରିଛନ୍ତି ବାଉଁଶ ବ୍ରିଜ୍।

river brideଗାଁ ରୁ ସହରକୁ ଯିବା ପାଇଁ ଯିବାକୁ ପଡୁଥିଲା ୩୦ କିଲୋମିଟର ବାଟ ।  ହେଲେ ନିଜର ପରିଶ୍ରମ ଓ ନିଷ୍ଠା ଦ୍ଵାରା ଅସମ୍ଭବକୁ ସମ୍ଭବ କରିଦେଲେ ବଂଶୀଧର ବେହେରା । ନଦୀରେ ତିଆରି କଲେ ବାଉଁଶର ପୋଲ । ଯାତାୟାତ ହୋଇଗଲା ସରଳ । ତାଙ୍କର ଏଭଳି ଉଦ୍ୟମ ପାଇଁ ଆଜି ସେ ପ୍ରଶଂସିତ। ବୁଢ଼ାବଳଙ୍ଗ ନଦୀର ବୁକୁ ଚିରି ତିଆରି କରିଦେଲେ ଏକ ବାଉଁଶର ପୋଲ । ଆଉ ଏହି ପୋଲ ବାଲେଶ୍ବର ଜିଲ୍ଲା ସହ ମୟୂରଭଞ୍ଜ ଜିଲ୍ଲା କୁ ସଂଯୋଗ କଲା । କମିଗଲା ପାଖାପାଖି ୩୦ କିଲୋମିଟର ଦୂରତା ସରଳ ହୋଇଗଲା ଜୀବନ ଯାତ୍ରା । ପ୍ରତିଦିନ କଷ୍ଟସାଧ୍ୟ ଓ ଦୁର୍ବିସହ ଜୀବନ ବିତାଉଥିବା ଗ୍ରାମବାସୀ ମାନଙ୍କ ପାଇଁ ଏକ ସମାଧାନର ସୂତ୍ର ବାହାର କରି ଆଜି ଚର୍ଚ୍ଚାରେ ।

bridgeବାଲେଶ୍ବର ର ରେମୁଣା ବ୍ଲକ୍ ର ବାଲେଶ୍ବର ଓ ମୟୂରଭଞ୍ଜ ସୀମାନ୍ତ ବର୍ତ୍ତି ମାକନ୍ଦା ଗ୍ରାମର ବଂଶୀଧର ବେହେରା । ସଦା ସର୍ବଦା ହସହସ ମୁହଁ। ବୟସର ଅପରାହ୍ନରେ ବି ତାଙ୍କ ନିକଟରେ ନାହିଁ ନିରସତାର ଚିହ୍ନ ବର୍ଣ୍ଣ । ସେଇଥି ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କର ଅତି ପ୍ରିୟ ର ବଇଁଶୀ ଅଜା । ଆଉ ତାଙ୍କର ଏହି ଉଦ୍ୟମ ପାଇଁ ଆଜି ସ୍ଥାନୀୟ ଲୋକମାନେ ବିନା କଷ୍ଟ ରେ ବଜାର , ମେଡିକାଲ , ସ୍କୁଲ ,କଲେଜ ଓ ବିଭିନ୍ନ ସ୍ଥାନକୁ ଅତି ସହଜରେ ଯାତାୟାତ କରିପାରୁଛନ୍ତି ।

helpପୂର୍ବରୁ ସ୍ଥାନୀୟ ଅଞ୍ଚଳରେ କୌଣସି ପୋଲ ନଥିଲା ଲୋକମାନଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ପଡୁଥିଲା । ସ୍ଥାନୀୟ ଅଞ୍ଚଳରେ ଯାତାୟତ ର ଅସୁବିଧା ହେତୁ ହଳଦିଆ ଓ ପାଳସିଆ ନିକଟରେ ୨ ଟି ପୋଲ ନିର୍ମାଣ କରାଯାଇଛି । ହେଲେ ୨ ଟି ଯାକ ପୋଲ ଏଯାଏଁ କାର‌୍ୟ୍ୟକ୍ଷମ ହୋଇ ନାହିଁ । ଫଳରେ ସ୍ଥାନୀୟ ଅଂଚଳର ଲୋକଙ୍କ ସହ ଭରସା କେବଳ ଏହି ବାଉଁଶ ପୋଲ । ସ୍ଥାନୀୟ ବୁଢ଼ାବଳଙ୍ଗ ନଦୀ ଉଭୟ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା କୁ ଦୁଇ ଭାଗରେ ବିଭକ୍ତ କରୁଥିବା ବେଳେ ଏହି ପୋଲ ହିଁ ଉଭୟ ଜିଲ୍ଲା ସୀମାନ୍ତ ରେ ବସବାସ କରୁଥିବା ଲୋକଙ୍କ ପାଇଁ ସାହା ଭରସା ସାଜିଛି । ଆଉ ଦୀର୍ଘ ବର୍ଷ ହେଲା ଲୋକଙ୍କୁ ସେବା ଯୋଗଉଛି ।

oldନିଜ ଗାଁ ଲୋକଙ୍କ କଷ୍ଟ ଲାଘବ କରିବାକୁ ଯାଇ ୩୦ ହଜାର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିଲେ ଏହି ପୋଲ । ଦୀର୍ଘ ଦିନ ହେବ ବଂଶୀଧର ଏଭଳି ପୋଲକୁ ସଜାଡି ବସିଥିବା ସହ ଘାଟ କୁ ଜଗି ବସିଛନ୍ତି । ପୋଲ ପାରି ହୋଇ ଯିଏ ଯାହା ଖୁସିରେ ଦେଲା ତାହାକୁ ରଖନ୍ତି ସେ । ପୁଣି ସେହି ଟଙ୍କାକୁ ମରାମତି ଖର୍ଚ୍ଚରେ ଲଗାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.