ଛତିଶଗଡର ଗାରିୟାବନ୍ଧ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପାୟଲିଖଣ୍ଡ ହୀରା ଖଣିରୁ ଏକ ବୃହତ ଅନ୍ତଃରାଜ୍ୟ ହୀରା ଚୋରା ଚାଲାଣକାରୀ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ହୀରାର ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି।
ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ନୂଆପଡାର ସିନାପାଲିର ବାସିନ୍ଦା ବୋଲି ଗାରିୟାବନ୍ଧ ଏସପି ଭୋଜରାମ ପଟେଲ କହିଛନ୍ତି। ସେମାନଙ୍କଠାରୁ ହୀରା କିଣିଥିବା ଗ୍ରାହକଙ୍କୁ ପୋଲିସ ଖୋଜୁଛି। ଏହି କାର୍ଯ୍ୟରେ ଜଡିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜା ଚାଲିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମାସେ ମଧ୍ୟରେ ପୋଲିସର ଏହା ତୃତୀୟ ସଫଳତା। ଏହାପୂର୍ବରୁ ପୋଲିସ ୨୪ ଏବଂ ୩୨ ଖଣ୍ଡ ହୀରା ମେନପୁରରୁ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ହେବ ବୋଲି କୁହାଯାଉଛି।