ମାନବିକତା ହରାଉଛି ମଣିଷ : ବର୍ଷା ରାତିରେ ଛୋଟା ବୃଦ୍ଧ ଶ୍ବଶୂରକୁ ଘରୁ ତଡିଦେଲା ବୋହୂ, ଦୋକାନ ପିଣ୍ଡାରେ ଓଦା ଲୁଗାରେ ପାହିଗଲା ରାତି

ଯାଜପୁର ରୋଡ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ସୁସୁ ଗର୍ଜନ। ଏଭଳି ବିପଦ ସଙ୍କୁଳ ସମୟରେ ସମସ୍ତଙ୍କ ମନରେ ଭୟର ବାତାବରଣ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଅସାହୟଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷପ ନେଇଥିଲେ । ହେଲେ ଏ ବିପଦଜନକ ସ୍ଥିତିରେ ମାନବିକତା ହରାଇ ନିଜ ବୃଦ୍ଧ ଶ୍ବଶୂରକୁ ଘରୁ ତଡି ଦେଇଥିଲା ବୋହୂ ।

old manଅନ୍ଧକାର ରାତିରେ ଚାଲିଥିଲା ଅମ୍ଫନର ତାଣ୍ଡବ । ସେହି ସମୟରେ ଘରୁ ତଡି ଦେଲା ବୋହୂ। ବର୍ଷାରେ କୁଆଡେ ଆଉ ଯିବେ । ଶେଷରେ ଭିଜି ଭିଜି ରାତି କାଟିଲେ ୭୯ ବର୍ଷୀୟ ବୃଦ୍ଧ । ହାତରେ ଆଶା ବାଡି ଧରି ଛୋଟା ଗୋଡରେ ୫ କିଲୋମିଟର ଚାଲି ଚାଲି ଆସିବା ପରେ କେଉଁଠି ଆଶ୍ରା ନପାଇବାରୁ ମେଘ ପବନରେ ଦୋକାନ ପିଣ୍ଡାରେ ରାତି କାଟିଥିଲେ ଜଣେ ବୃଦ୍ଧ । ରାଜ୍ୟ ବାହାରେ ପୁଅ ରହୁଥିବା ବେଳେ ବୋହୂ ପାଖରେ ତିନି ମାସ ଧରି ରହି ଆସୁଥିଲେ । ବାତ୍ୟା ପାଇଁ ରାସ୍ତାଘାଟ ଶୂନ୍‌ଶାନ୍‌ ଥିଲା। ବର୍ଷା ପବନରେ କେହି ଘରୁ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏଭଳି ସମୟରେ ଗତକାଲି ରାତି ସାରା ବର୍ଷାରେ ତିନ୍ତି ରାତି କାଟିଛନ୍ତି ଜଣେ ।

ପ୍ରବଳ ପବନରେ ଦେହ ଥରି ଯାଉଥିବାବେଳେ ରାତିସାରା ମଶା ବାଡେଇ ବାଡେଇ ଦୋକାନ ପିଣ୍ଡାରେ ମୁଣ୍ଡ ଗେଞ୍ଜି ଥିବା ବେଳେ ଓଦା ବସ୍ତ୍ର ପିନ୍ଧି ରାତି ପାହିଥିଲା ବୃଦ୍ଧ ଜଣଙ୍କର। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଛକରେ । ୭୯ ବର୍ଷୀୟ ବୃଦ୍ଧଙ୍କ ନାମ ପ୍ରତାପ ଜେନା । ତିନି ମାସ ଧରି ସାନ ବୋହୂ ପାଖରେ ରହୁଥିବା ବେଳେ ଗତକାଲି ଅପରାହ୍ନରେ ବୋହୂ ବୁଢା ଶ୍ବଶୂରକୁ ଘରୁ ତଢି ଦେଇଥିବା ବୃଦ୍ଧ ଜଣଙ୍କ ଅଭିଯୋଗ କରିଛନ୍ତି ।

old man rescueକେନ୍ଦୁଝର ଜିଲ୍ଲା ପୁଲିଗଡିଆ ଗ୍ରାମରୁ ଗତକାଲି ଛୋଟା ଗୋଡରେ ଦୀର୍ଘ ୫ କିଲୋମିଟର ଚାଲି ଚାଲି ଆସିଲେ । ରଗଡି ଛକରେ ପହଚିଂବା ପରେ ପ୍ରବଳ ବର୍ଷାରେ ନିଜ ଘର କୋରେଇ ଥାନା ତଳଗଡ ପଚାଂୟତର କଟାଂଝରୀ ଗ୍ରାମକୁ ଫେରି ପାରିନଥିଲେ । ଫଳରେ ବଜାରରେ କେହି ନଥିବାରୁ ଏକ ଦୋକାନ ପିଣ୍ଡାରେ ରାତିସାରା ଆଶ୍ରୟ ନେଇଥିଲେ । ଆଜି ସକାଳେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ବୃଦ୍ଧ ଜଣଙ୍କୁ ପିଣ୍ଡାରେ ବସି ରହିଥିବା ଦେଖି ଉଦ୍ଧାର କରିବା ସହ ତାଙ୍କୁ ଖାଇବାକୁ ଦେଇ କୋରେଇ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ।

ସମ୍ପତ୍ତି ଲୋଭରେ ପୁଅ ବୋହୂ ଅବହେଳା କରୁଥିବା ସହ ନିର୍ଯାତନା ଦେଉଥିବା ବୃଦ୍ଧ ଜଣଙ୍କ କହିଛନ୍ତି । ଥାନା ଅଧିକାରୀ ରଞ୍ଜିତ୍ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ତାଙ୍କୁ ତାଙ୍କ ଭାଇମାନଙ୍କ ଘରେ ନେଇ ପୋଲିସ ଛାଡ଼ିଥିଲା । ସେମାନେ ତାଙ୍କୁ ନରଖିବାରୁ କୋରେଇ ପୋଲିସ ବୃଦ୍ଧ ଜଣଙ୍କୁ ନେଇ ଯାଜପୁର ଟାଉନ ସ୍ଥିତ ଜରାଶ୍ରମରେ ଛାଡି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.