ମାଲକାନଗିରିରେ ଲଗାଣ ବର୍ଷା, ବିଭିନ୍ନ ନଦୀରେ ବଢିବାରେ ଲାଗିଛି ଜଳସ୍ତର

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ପାଙ୍ଗମ, ସପ୍ତଧାରା ଓ କୋରକୋଣ୍ଡା ନଦୀରେ ଜଳସ୍ତର ବଢିବାରେ ଲାଗିଛି। ପାଙ୍ଗାମା ନଦୀରେ ୫ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ବାଲିମେଳାରୁ ମାଲକାନଗିରି ଓ କାଲିମେଳାରୁ ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

rainପ୍ରବଳ ବର୍ଷାରେ ବାଲିମେଳା ଜଳଭଣ୍ଡାର ମଧ୍ୟ ବଢିବାରେ ଲାଗିଛି। ଫଳରେ ଜାନବାଇ ଗାଁରେ ପାଣି ପଶିଛି। ମେଡିକାଲ ଭିତରେ ପାଣି ଲହଡି ମାରୁଛି। ଓଡ୍ରାଫର ୧୧ଜଣିଆ ଟିମ୍‌ କୋରାପୁଟରେ ପହଞ୍ଚି  ସ୍ଥିତି ଉପରେ ନଜର ରଖିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.