ଜେଟ୍ ଏୟାରୱେଜ୍ ବିରୋଧରେ ଅବହେଳା ଅଭିଯୋଗ,୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକଲେ ଯାତ୍ରୀ

ମୁମ୍ବାଇ : ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍ ଏୟାରୱେଜ୍ ବିମାନରେ ଗତକାଲି ଘଟିଥିବା ଘଟଣାରେ ଅସୁସ୍ଥ ହୋଇଥିବା ଯାତ୍ରୀଙ୍କ ମଧ୍ଯରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଏୟାରଲାଇନ୍ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ଉକ୍ତ ଯାତ୍ରୀ ଜଣଙ୍କ । ଏହାସହ ବିମାନ ଉଡାଣ ବେଳର ଏକ ଭିଡିଓ ସୋଶିଆଲ୍ ମିଡିଆରେ ଶେୟାର କରିବା ପାଇଁ ମଧ୍ଯ ସେ ଧମକ ଦେଇଛନ୍ତି ।

air ସୂଚନା ଅନୁଯାୟୀ ଜେଟ୍ ଏୟାରୱେଜ୍ ବିମାନ ଗତକାଲି ମୁମ୍ବାଇରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ଏୟାରୱେଜର କ୍ରୁ ମେମ୍ବର କ୍ଯାବିନର ପ୍ରେସରକୁ ଠିକ୍ ଭାବେ ରଖିବା ପାଇଁ ଥିବା ସ୍ଯୁଚ୍ କୁ ଅନ୍ କରିବାକୁ ଭୁଲିଯାଇଥିଲେ । ଫଳରେ ବିମାନରେ ଯାତ୍ରା କରୁଥିବା ୧୬୬ ଜଣ ଯାତ୍ରୀଙ୍କ ମଧ୍ଯରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.