Below header

ସୁଇଧାଗାର ଅଭିନବ ପ୍ରମୋସନ, ଚ୍ୟାଲେଞ୍ଜ ଆକ୍ସେପ୍ଟ କରୁଛନ୍ତି ବଲିଉଡର ବହୁ ଷ୍ଟାର

ଛୁଞ୍ଚିରେ ସୂତା ପୁରେଇବାର ଚ୍ୟାଲେଞ୍ଜ ଦେଲେ ସୁଇ ଧାଗାର ଷ୍ଟାରକାଷ୍ଟ ବରୁଣ ଓ ଅନୁଷ୍କା। ୟୁନିକ୍ ୱେରେ ସୁଇ ଧାଗାର ପ୍ରମୋଶନ କରୁଛନ୍ତି ଦୁଇ ଷ୍ଟାର। ଏନେଇ ସୋସିଆଲ ସାଇଟରେ ଏକ ଭିଡିଓ ଶେୟାର କରିଛନ୍ତି ବରୁଣ ଓ ଅନୁଷ୍କା। ଭିଡିଓରେ ଅନୁଷ୍କା ଛୁଞ୍ଚିରେ ସୂତା ପୁରେଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ବରୁଣ ତାଙ୍କ ପାଖକୁ ଆସି ସେ ସୂତା ପୂରାଇବେ ବୋଲି ଜିଦି କରୁଛନ୍ତି। ମାତ୍ର ଶେଷରେ ବରୁଣ କିଏ କେତେ ଜଲଦି ଛୁଞ୍ଚିରେ ସୂତା ଭର୍ତ୍ତି କରିବ ସେ ନେଇ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ଅନୁଷ୍କା ଶାହରୁଖ ଖାନ୍ ଓ ବରୁଣ ଅକ୍ଷୟ କୁମାରଙ୍କୁ ଏହି ଚ୍ୟାଲେଞ୍ଜ ଦେଉଛନ୍ତି।

barun

ବରୁଣ ଧଓ୍ଵନଙ୍କ ଚ୍ୟାଲେଞ୍ଜକୁ ଆସେପ୍ଟ କରି ଭିଡିଓ ପୋଷ୍ଟ କଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଅକ୍ଷୟ କ୍ୟାମେରାମ୍ୟାନଙ୍କୁ ୧୦ ସେକେଣ୍ଡ କାଉଣ୍ଟ କରିବାକୁ କହି ଛୁଞ୍ଚିରେ ସୂତା ଭର୍ତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଫେଲ୍ ମାରୁଛନ୍ତି ଅକ୍ଷୟ। ୧୦ ସେକେଣ୍ଡ ପାର୍ ହୋଇ ୩୦ ସେକେଣ୍ଡ ହୋଇଯାଉଛି ମାତ୍ର, ବାରମ୍ବାର ଫେଲ୍ ହେଉଛନ୍ତି ସେ। ବିଲ୍ଡିଂରୁ ଜମ୍ପ କରିବା ଏହି ଚ୍ୟାଲେଞ୍ଜ ଠାରୁ ସହଜ ବୋଲି କହିଛନ୍ତି ଅକ୍ଷୟ। ବରୁଣ ତାଙ୍କୁ ଏତେ କଷ୍ଟ ଚ୍ୟାଲେଞ୍ଜ କାହିଁକି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ସେ ।

suidhaga

ଅନୁଷ୍କା ଶର୍ମାଙ୍କ ଚ୍ୟାଲେଞ୍ଜ ଆକ୍ସେପ୍ଟ କଲେ କିଙ୍ଗ ଖାନ୍ ଶାହରୁଖ। ବେଶ୍ ମଜାକିଆ ଢଙ୍ଗରେ ଏହି ଚ୍ୟାଲେଞ୍ଜ ପୁରା କରିଛନ୍ତି ଶାହରୁଖ। ଏକ ବଡ ଛୁଞ୍ଚିରେ ଖୁବ୍ ଆରାମରେ ସୂତା ଭର୍ତ୍ତି କରିଛନ୍ତି ଶାହରୁଖ। ଆଉ କହିଛନ୍ତି ଆପଣମାନେ ଭାବୁଥିବେ ମୁଁ ଏତେବଡ ସୁଇ ଧାଗା କାହିଁକି ବ୍ୟବହାର କରୁଛି। କାରଣ ବଡ ବଡ ଲୋକଙ୍କ ବଡ ବଡ ଜିନିଷ। ଏହାସହ ବରୁଣ, ଅନୁଷ୍କା ଓ ପୁରା ଟିମ୍କୁ ଫିଲ୍ମ ସୁଇ ଧାଗା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶାହରୁଖ।

sui

ପ୍ରଯୋଜକ ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତା ରଣବୀର କପୁର ମଧ୍ୟ ସୁଇଧାଗା ଚ୍ୟାଲେଞ୍ଜ ଆକ୍ସେପ୍ଟ କରିଛନ୍ତି। ଛୁଞ୍ଚିରେ ସୂତା ପୁରେଇବା ପାଇଁ ଖୁବ୍ ଚେଷ୍ଟା କରୁଛନ୍ତି କରନ। କିନ୍ତୁ ସଫଳ ହେଉନାହାନ୍ତି। ସେପଟେ ରଣବୀର କିନ୍ତୁ ଅନେକ ଚେଷ୍ଟା କରିବା ପରେ ଛୁଞ୍ଚିରେ ସୂତା ପୁରେଇବାରେ ସଫଳ ହେଉଛନ୍ତି।

ranbir

ରଣବୀର ଓ କରନ୍ ଏହି ଚ୍ୟାଲେଞ୍ଜ ପାଇଁ ନୋମିନେଟ୍ କରିଛନ୍ତି ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କୁ। ଏଭଳି ୟୁନିକ ୱେରେ ଅପକମିଙ୍ଗ ଫିଲ୍ମ ସୂଇ ଧାଗାର ପ୍ରମୋସନ କରୁଛନ୍ତି ବରୁନ ଓ ଅନୁଷ୍କା। ସେପଟେମ୍ବର ୨୮ରେ ରିଲିଜ ହେବ ସୂଇ ଧାଗା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.