Below header

ସ୍ବାସ୍ଥ୍ଯ ପାଇଁ ସଜନା, ଅନେକ ରୋଗର ଗୋଟେ ଔଷଧ ଅଛି ଆପଣଙ୍କ ଘରେ

ନୀତିଦିନିଆ ଜୀବନରେ ଆମେ ଖାଦ୍ୟ ପାଇଁ ବିଶେଷ କରି ପରିବା ଉପରେ ନିର୍ଭର କରିଥାଉ । ଏହି ପରିପେକ୍ଷୀରେ ଯେଉଁ ସବୁଜ ପରିବା ଖାଇବା ଦ୍ବାରା ଆମେ ସୁସ୍ଥ ଏବଂ ସତେଜ ରହିବା ସେଥିପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ । ଶାଗ,ପୋଟଳ,ବିନସ୍,କ୍ୟାପସିକମ୍,ଅମ୍ରୁତଭଣ୍ଡା,ବାଇଗଣ ଆଦି ବିଭିନ୍ନ ପରିବା ଆମ ଶରରୀ ପାଇଁ ବହୁତ ଲାଭଦାୟକ । ଯାହାକି ଆମ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବିଶେଷ ସହାୟକ ହୋଇଥାଏ । ଶରୀରକୁ ଗ୍ରାସ କରୁଥିବା ବିଭିନ୍ନ ରୋଗକୁ ସମୂଳେ ନାସ କରିବା ପାଇଁ ବିଶେଷ କାର୍ଯ୍ଯ କରିଥାଏ।

drumstickଏଭଳି ସବୁ ସବୁଜ ପରିବା ମଧ୍ଯରୁ ଗୋଟିଏ ହେଉଛି ସଜନା ଛୁଇଁ । ଯେଉଁ ପରିବାର ପତ୍ର ଶାଗ ହିସାବରେ ଆମେ ଆହରଣ କରିଥାଉ । ଏହି ସଜନା ଛୁଇଁ ଦେହ ପାଇଁ ବିଶେଷ ଉପକାରିତା ହୋଇଥିବାବେଳେ ଏଥିରେ ଭିଟାମିନ୍ ଭରପୁର ହୋଇ ରହିଥାଏ । ଏଥିରେ ଥିବା କ୍ୟାଲସିୟମ,ଲୌହ,ଭିଟାମିନ୍-ସି,ରିବୋଫ୍ଳାବିନ୍,କରୋଟିନ୍ ଆଦି ଆମ ଶରୀରକୁ ବହୁତ ମାତ୍ରାରେ ପ୍ରୋଟିନ୍ ଯୋଗାଇଥାଏ । ସଜନା ଛୁଇଁ ମଧୁମେୟ, କଫ, ପିତ, ଶ୍ବାସ ଆଦି ରୋଗକୁ ମୁକ୍ତି ମଧ୍ୟ ଦେଇଥାଏ ।

drumଆସନ୍ତୁ ଜାଣିବା ସଜନା ଛୁଇଁରେ କଣ ରହିଛି ଔଷଧୀୟ ଗୁଣ

.ସଜନା ଛୁଇଁ ଏବଂ ଏହାର ପତ୍ର ଶାଗକୁ ଖାଇବା ଦ୍ବାରା କିମ୍ବା ଏହାର ରସ ପିଇବା ଦ୍ବାରା ରକ୍ତ ଚାପ ନିୟନ୍ତ୍ରୀତ ହୋଇଥାଏ ।

.ସଜନା ଛେଲିକୁ ବାଟି କିମ୍ବା ଏହାର ଅଠାରେ ଚିନି ମିଶାଇ ବଥ,ବାରମୁଳିଆ,ଯାଦୁ ହୋଇଥିବା ସ୍ଥାନରେ ଲଗାଇଲେ ତାଲା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ ।

.ଏହା ବ୍ୟତିତ ସଜନା ପତ୍ରକୁ ଗାଈ ମୂତ୍ରରେ ବାଟି ଯାଦୁରେ ଲଗାଇଲେ ମଧ୍ଯ ଲାଭ ମିଳିଥାଏ ।

. ସଜନା ଗଛ ଛାଲି ରସରେ ଲୁଣ ମିଶାଇ ଭାତୁଡି ଉପରେ ଲଗାଇଲେ ତାହା ଭଲ ହୋଇଯାଏ ।

.ସଜାନ ଛେଲି ସୋରିଷ ତେଲ ସହିତ ଏକତ୍ର ବାଟି ସେବନ କରିବେ। ତା ପରେ ଗରମ ପାଣି ପିଇଲେ ପେଟର ବାୟୁ, ଅଜୀର୍ଣ୍ଣ, କୃମି, ମେଦ ବୃଦ୍ଧି ଆଦି ରୋଗ ଭଲ ହୋଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.