ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ପ୍ରଭାବିତଙ୍କୁ ସମସ୍ତ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବୟସ୍କଙ୍କୁ ମିଳିବ ୬୦ ଟଙ୍କା ମୂଲ୍ୟର ରିଲିଫ। ସେହିପରି ୧୨ବର୍ଷରୁ କମ୍‌ ପିଲାଙ୍କ ପାଇଁ ୪୫ଟଙ୍କା ମୂଲ୍ୟର ରିଲିଫ ଘୋଷଣା କରାଯାଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶାରେ କିଛି କ୍ଷୟକ୍ଷତି ହୋଇନଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ୩୩ଟି ବ୍ଲକ୍‌ରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ମାଲକନଗିରିରେ ରେକର୍ଡ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.