Below header

ଅପହରଣ ହୋଇଥିବା ତିନି ପୋଲିସ୍ ଅଧିକାରୀଙ୍କୁ ହତ୍ଯା କଲେ ଆତଙ୍କବାଦୀ

ସୋପିଆନ୍ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ସୋପିଆନ୍‌ରେ ୩ଜଣ ପୋଲିସ ଅଫିସରଙ୍କୁ ଅପହରଣ ପରେ ଆତଙ୍କବାଦୀ ହତ୍ୟା କରିଛନ୍ତି । ଆତଙ୍କବାଦୀ ମାନେ ୩ ପୋଲିସ କର୍ମୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିଲେ । ଏହା ପରେ ଅପହୃତ ବ୍ୟକ୍ତିଙ୍କୁ ଛାଡି ଦେଇଥିଲେ । ପରେ ଅପହରଣ କରିଥିବା ୩ ଜଣ ପୋଲିସଙ୍କୁ ହତ୍ୟା କରିଛନ୍ତି । ସମସ୍ତଙ୍କ ପୋଲିସଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏମାନଙ୍କୁ ଗଳି କରି ହତ୍ୟା କରାଯାଇଛି । ସହିଦ ୩ ପୋଲିସ ମଧ୍ୟରେ ଦୁଇ ଜଣ ସ୍ପେଶାଲ ପୋଲିସ ଅଫିସର ଓ ଜଣେ ଯବାନ ଅଛନ୍ତି । ଘଟଣା ପରେ ଆତଙ୍କବାଦୀଙ୍କୁ ମହଁତୋଡ ଜବାବ ଦେବାକୁ ପୋଲିସ ସର୍ଚ୍ଚ ଅପରେସନରୁ ଜୋରଦାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.