୨୦୧୦ରେ ଦବଙ୍ଗ ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ । ଆଜି ବଲିଉଡ ଅଭିନେତ୍ରୀ ୩୩ ବର୍ଷରେ ପାଦ ଦେଇଛନ୍ତି। ୧୯୮୭ ଜୁନ୍ ୨ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନରେ ଅନନ୍ୟା ପାଣ୍ଡେ ସୋନାକ୍ଷୀଙ୍କଚ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଯାହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାର କ୍ୟାପସନ ଅନନ୍ୟା ଲେଖିଛନ୍ତି, ‘ଫେଭରାଇଟ୍ ଆଡଭାଇଜର’। ଏହାଛଡା ଅଭିନେତା ବରୁଣ ଶର୍ମା ମଧ୍ୟ ସୋନାକ୍ଷୀଙ୍କ ବାର୍ଥର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ କେଟ୍ କାଟୁଥିବା ନଜର ଆସିଛନ୍ତି।
ପ୍ରଥମେ ଫ୍ୟାଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ ସୋନାକ୍ଷୀ। କିନ୍ତୁ ଏହି କ୍ଷେତ୍ରରେ ବହୁତ ଦିନ ରହିପାରିନଥିଲେ। ନିଜର ବଢୁଥିବା ଓଜନକୁ ନେଇ ବହୁତ ଚିନ୍ତିତ ରହୁଥିଲେ। ତା’ପରେ ବିଭିନ୍ନ ପ୍ରକାର ବ୍ୟାୟାମ କରି ନିଜକୁ ଫିଟ୍ କରିପାରିଥିଲେ। ଏବେ ତାଙ୍କର ଅପ୍କମିଙ୍ଗ ଫିଲ୍ମ ‘ଭୁଜ : ଦି ପ୍ରାଇଡ ଅଫ ଇଣ୍ଡିଆ’ କୁ ନେଇ ଏବେ ଚର୍ଚ୍ଚା। କରୋନା ଯୋଗୁଁ ଏବେ ଏହି ଫିଲ୍ମର ସୁଟିଂ ବନ୍ଦ ରହିଛି।
ଫିଲ୍ମ ଦୁନିଆରେ ୧୦ ବର୍ଷ ବିତାଇସାରିଥିବା ସୋନାକ୍ଷୀ ଏଯାଏଁ ପରଦାରେ କୌଣସି କୋ ଷ୍ଟାରଙ୍କୁ କିସ୍ କରିନାହାଁନ୍ତି । ଏପର୍ଯ୍ୟନ୍ତ ସୋନାକ୍ଷୀ ୧୭ଟି ଫିଲ୍ମ କରିସାରିଲାଣି। କିନ୍ତୁ ଅନସ୍କ୍ରିନ କିସ୍ କରିବା ସମୟରେ ସେ ବିଲକୁଲ୍ ସହଜ ନୁହଁନ୍ତି ବୋଲି କୁହନ୍ତି ସୋନାକ୍ଷୀ । ସେହିପରି ସୋନାକ୍ଷୀ ମଦ ଏବଂ ସିଗୋରେଟକୁ ହାତ ମଧ୍ୟ ଲଗାନ୍ତି ନାହିଁ ।