ଜଳେଶ୍ବର: ବାଲିଆପାଳ ଜଗାଇ ପୋଷ୍ଟ ପିଅନଙ୍କ ଦାୟିତ୍ବହୀନ କାମ, ଲୋକଙ୍କୁ ନଦେଇ ନିଜ ବାଡି ପଛପଟେ ପୋତି ଦେଇଥିଲେ ଶହଶହ ଆଧାର କାର୍ଡ

ଜଳେଶ୍ବର(କେନ୍ୟୁଜ୍):  ଲୋକଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ ପୋଷ୍ଟ ପିଅନ।  ଲୋକଙ୍କ ପାଖକୁ ଆସୁଥିବା ଆଧାର କାର୍ଡ ଲୋକଙ୍କୁ ନଦେଇ ମାଟି ଖୋଳି ପତିଦେଇଥଲେ ପୋଷ୍ଟ ପିଅନ। ଏମିତି ଏକ ଘଟଣା ଘଟିଛି ବାଲିଆପାଳ ଅଞ୍ଚଳରେ।  ଯେଉଁଥିପାଇଁ ଦେଖା ଦେଇଛି ଜନଅସନ୍ତୋଷ।

ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ  ଜଗାଇ ପୋଷ୍ଟ ଅଫିସ ଅଧିନରେ ଥିବା ଲୋକ ମାନଙ୍କ ଆଧାର କାର୍ଡକୁ ପୋଷ୍ଟ ପିଅନ ବାଞ୍ଛାନିଧି ପରିଡ଼ା ଲୋକଙ୍କୁ ନଦେଇ ନିଜ ଘରପଛ ପଟ ବାଡ଼ିରେ ମାଟି ଖୋଳି ପତିଦେଇଥଲେ।  କିଛି ବର୍ଷ ବିତିଯିବା ପରେ ବାଞ୍ଛାନିଧି ମାଟିଗଦାକୁ  ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ  ବିକ୍ରି କରିଥିଲେ। ସେହି ବ୍ୟକ୍ତି ଆଜି ମାଟଗଦା  ଖୋଳି ମାଟି ନେବା ସମୟରେ ମଟି ଭିତରୁ  ବାହାରିଛି ହଜାର ହଜାର ଆଧାର କାର୍ଡ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ବିଭିନ୍ନ  ସରକାରୀ କାର୍ଯ୍ୟରେ  ସରକାର ଆଧାର କାର୍ଡକୁ  ବାଧ୍ୟତାମୂଳକ କରିଛନ୍ତି। ଆଧାର କାର୍ଡ ବିନା କୌଣସି ସରକାରୀ କାର୍ଯ୍ୟ ହୋଇପାରିନାହିଁ। ସ୍କୁଲ ର ନାମଲେଖା ଠାରୁ ଆରମ୍ଭ କରି ବ୍ଯାଙ୍କ କାର୍ଯ୍ଯ ଏବଂ ବିଦେଶ ଯାତ୍ରା ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡ ଆବଶ୍ୟକ।  ଏହି ଆଧାର କାର୍ଡ ତୃଟି ନହେବା କିମ୍ବା ଅନ୍ୟ କୌଣସି ଲୋକଙ୍କ ପାଖରେ ନପହଞ୍ଚୁ ସେଥିପାଇଁ ଡାକ ମାଧ୍ୟମରେ ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଲୋକେ ଅତୁଟ  ବିଶ୍ୱାସ ଡାକ ବିଭାଗ ଉପରେ ରଖିଛନ୍ତି। କିନ୍ତୁ ଡାକ ବିଭାଗର ଏହିଭଳି ବିଶ୍ବାସ ଘାତକ ପିଅନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ

ସେପଟେ ଏସମ୍ପର୍କରେ ଜଗାଇ ପୋଷ୍ଟ ଅଫିସ  ର ଡାକ ପିଅନ ବାଞ୍ଛାନିଧି ପରିଡାଙ୍କୁ ପଚାରିବାରୁ ଏହା ତାଙ୍କ ବିରୋଧରେ ଚକ୍ରାନ୍ତ ବୋଲି କହିଛନ୍ତି ।

Leave A Reply

Your email address will not be published.