ପୁରୁଷ ବନ୍ଧୁଙ୍କୁ ଦେଖା କରିବା ପାଇଁ ବିଦେଶରୁ ଦଉଡି ଆସିଲେ ଯୁବତୀ, କିନ୍ତୁ ଯୁବକ କହିଲେ ଏମିତି କଥା

ଫେସବୁକ୍‌ରୁ ବନ୍ଧୁତା। ଏଥିପାଇଁ ବନ୍ଧୁକୁ ଦେଖାକରିବା ପାଇଁ କରୋନା ମହାମାରୀ ସମୟରେ ବିଦେଶରୁ ଦଉଡି ଆସିଲେ ଯୁବତୀ। କିନ୍ତୁ ଯୁବକଙ୍କ ପାଖରେ ପହଞ୍ଚିବା ପରେ ଯୁବକ କହିଲେ, ସେ କେବଳ ମୋ ଫେସବୁକ ବନ୍ଧୁ। ତାଙ୍କ ସହିତ ମୋର କିଛି ସଂପର୍କ ନାହିଁ। ଏମିତି ଏକ ଘଟଣା ଘଟିଛି ହିମାଚଳର ଧର୍ମଶାଳା ଅଞ୍ଚଳରେ।

ସୂଚନାଯୋଗ୍ୟ, ଯୁବତୀ ଜଣକ ନିଜର ପୁରୁଷ ବନ୍ଧୁକୁ ଦେଖାକରିବା ପାଇଁ ସାଉଥ କୋରିଆରୁ ବିମାନ ଯୋଗେ ହିମାଚଳର ଧର୍ମଶାଳାରେ ପହଞ୍ଚିଥିଲେ। ତାଙ୍କ ପାଖରେ ସେଠି ରହିବା ପାଇଁ ଅନୁମତି ଥିଲା ନା ଥିଲା ପାଖରେ ଅଧିକ ପଇସା। କିନ୍ତୁ ଯାହାକୁ ଦେଖା କରିବାକୁ ଆସିଥିଲେ, ସେ କହିଲେ ଯୁବତୀ ଜଣକ କେବଳ ଫେସବୁକ୍‌ ବନ୍ଧୁ ଏବଂ ତାଙ୍କ ସହିତ ମୋର କୌଣସିସଂପର୍କ ନାହିଁ ବୋଲି କହିଥିଲେ। ଏମିତି ହଇରାଣ ହେବା ପରେ ଯୁବତୀଙ୍କୁ ଜିଲ୍ଲା ପ୍ରଶାସନ ଦିଲ୍ଲୀ ପଠାଇଦେଇଛି।

fb

ମାମଲା ମୁତାବକ, ଫେସବୁକରେ ଗତ କିଛି ମାସ ପୂର୍ବରୁ ଧର୍ମଶାଳରେ ରହୁଥିବା ଜଣେ ଚଣ୍ଡିଗଡର ଯୁବକ ଦକ୍ଷିଣ କୋରିଆର ୩୪ ବର୍ଷୀୟଙ୍କ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ। ଯୁବତୀ ଜଣକ ସେତେବେଳେ ହିଁ ଯୁବକଙ୍କୁ ଦେଖାକରିବାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ଲକଡାଉନ ଯୋଗୁଁ ଆସିପାରିନଥିଲେ। ବୁଧବାର ଦିନ ଯୁବତୀ କାଙ୍ଗଡା ଏହାରପୋର୍ଟରେ ପହଞ୍ଚିଥିଲେ। କିନ୍ତୁ ପ୍ରଶାସନ ତାଙ୍କୁ ସେଠାରେ ରୋକି ତାଙ୍କୁ ଫେରିଯିବାକୁ କହିଥିଲେ। କିନ୍ତୁ ଯୁବତୀ ଜଣକ ମାନିନଥିଲେ। ତା’ ପରେ ପୋଲିସ ସେହି ଯୁବକଙ୍କ ସହିତ କଥାବାର୍ତ୍ତା କରିବା ପରେ ଯୁବକ ଜଣକ ଯୁବତୀଙ୍କ ସହିତ କୌଣସି ସଂପର୍କ ନଥିବା କହିଥିଲେ। ଯୁବକ ଜଣକ କହିଥିଲେ, ସେ କେବଳ ମୋ ଫେସବୁକ ବନ୍ଧୁ। ଗତ କିଛିମାସ ହେବ ସେ ଦେଖାକରିବାକୁ ଆସିବାକୁ କହିଥିଲେ। ଏଥିରେ ମୁଁ ହଁ ଭରିଥିଲି। କିନ୍ତୁ ତାଙ୍କ ସହିତ ମୋର କିଛି ସଂପର୍କ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.