ମୟୁରଭଞ୍ଜ : ପୁଣି ଘାଟିରେ ଦୁର୍ଘଟଣା । ବାଙ୍ଗରିପୋଷୀ ଦ୍ୱାରଶୁଣି ଘାଟିରେ ୮୦ ଫୁଟ ତଳକୁ ଖସିଲା ଟ୍ରକ୍ । ଫଳରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ହୋଇଛନ୍ତି । ନାସିକ୍ରୁ ପିଆଜି ନେଇ ଟ୍ରକ୍ଟି କୋଲକାତା ଯାଉଥିଲା ।
ତେବେ ଘାଟିରେ ଭାରସାମ୍ୟ ହରାଇ ଟ୍ରକ୍ଟି ହଠାତ୍ ଖସିପଡ଼ିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରକ୍ରେ ଥିବା ପିଆଜ ଗୁଡିକ ଏଣେତେଣ ପଡିଥିବାବେଳେ ଅନ୍ଯପଟେ ସ୍ଥାନୀୟ ଲୋକେ ପିଆଜି ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।