ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୨୫୦କୁ ବୃଦ୍ଧି ପାଇଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବାବେଳେ, ରାୟଗଡାରୁ-୪, କଟକରୁ-୨୦, ଝାରସୁଗୁଡାରୁ-୧, ଖୋର୍ଦ୍ଧାରୁ-୧୪, ନୟାଗଡରୁ-୪, ବରଗଡରୁ-୨, ଭଦ୍ରକରୁ-୧, କଳାହାଣ୍ଡିରୁ-୪, ଗଜପତିରୁ-୧୧, ପୁରୀରୁ-୭, ବଲାଙ୍ଗୀରରୁ-୧, କେନ୍ଦ୍ରାପଡାରୁ-୧, ମୟୂରଭଞ୍ଜରୁ-୪, କୋରାପୁଟରୁ-୧, କେନ୍ଦୁଝରରୁ-୧, ଓ ବୌଦ୍ଧରୁ-୧ ଚିହ୍ନଟ ହୋଇଛନ୍ତି ।

positiveତେବେ ମୋଟ ୧୭ଟି ଜିଲ୍ଲାରୁ ଏହି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୯୭ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ, ୧୩ ସ୍ଥାନୀୟ ଅଞ୍ଚଳର। ସୂଚନା ଥାଉକି, ବର୍ତ୍ତମାନ ରାଜ୍ଯରେ ୧୧୦୬ଟି ଆକ୍ଚିଭ କେସ୍ ଥିବାବେଳେ, ସୁସ୍ଥ ହୋଇ ଘରକୁ ଫେରିଲେଣି ୨,୧୩୩ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.