ସମଲିଙ୍ଗୀ ଭୂମିକାରେ ନଜର ଆସିବେ ଏହି ହଟ୍‌ ଅଭିନେତ୍ରୀ, ଆସୁଛି ଫିଲ୍ମ ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’

ହାଉସଫୁଲ୍-୨’, ‘ହେଟଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ୍ ଖାନ୍ । ତେବେ ତାଙ୍କର ଅପ୍କମିଙ୍ଗ୍ ଫିଲ୍ମରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଆଗକୁ ତାଙ୍କର ‘ହମ୍ ଭି ଅକେଲେ ତୁମ୍ ଭି ଅକେଲେ’ ଆସିବାକୁ ଯାଉଛି । ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଏକ ରୋଡ୍ ଟ୍ରିପରେ ଯାଇଥିବା ଜଣେ ସମଲିଙ୍ଗୀ ଯୁବକ ବୀର ଏବଂ ସମଲିଙ୍ଗୀ ଯୁବତୀ ମାନସୀଙ୍କ ଉପରେ ଆଧାରିତ।

ଏହାକୁ ନେଇ ଜରିନ୍ କହିଛନ୍ତି, ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଏବଂ ଏଥିପାଇଁ ବହୁତ ପରିଶ୍ରମ କରୁଛି। ଦୁଇ ଜଣ ବନ୍ଧୁଙ୍କ ବନ୍ଧୁତ୍ୱକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ଫିଲ୍ମରେ ତାଙ୍କ ସହିତ ଅଂଶୁମାନ୍ ଝା ନଜର ଆସିବେ । ସେ ମଧ୍ୟ ଏହାର ପ୍ରଯୋଜକ ଅଛନ୍ତି । ଏବେ ଲକଡାଉନ ଯୋଗୁଁ ଫିଲ୍ମ ରିଲିଜ ହୋଇପାରୁନାହିଁ। ସେଥିପାଇଁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ବୋଲି ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.