ଲଗାତାର ଭାବେ ଚତୁର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ?

କ୍ରମାଗତ ଭାବେ ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଛି। ବୁଧବାର ଦିନ ପେଟ୍ରୋଲ ଦରରେ ଲିଟର ପିଛା ୪୦ ପଇସା ଏବଂ ଡିଜେଲ ଦରରେ ଲିଟର ପିଛା ୪୫ ପଇସା ବୃଦ୍ଧି ହୋଇଛି। ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି।

ଦିଲ୍ଲୀରେ ପେଟ୍ରୋଲର ଦର ୭୩ . ୪୦ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ୭୧. ୬୨ ଟଙ୍କା ପ୍ରତି ଲିଟର ହୋଇଯାଇଛି। ପୂର୍ବରୁ ମଙ୍ଗଳବାର ଦିନ ପେଟ୍ରୋଲ ଦରରେ ଲିଟର ପିଛା ୫୪ ପଇସା ଏବଂ ଡିଜେଲ ମୂଲ୍ୟରେ ଲିଟର ଫିଛା ୫୮ ପଇସା ବୃଦ୍ଧି ହୋଇଥିଲା। ଗତ ଚାରିଦିନ ଭିତରେ ପେଟ୍ରୋଲ ୨.୧୪ ଟଙ୍କା ଏବଂ ଡିଜେଲ ୨.୨୩ ଟଙ୍କା ବୃଦ୍ଧି ପାଇଛି।

petroil

ସେପଟେ ଅନ୍ତର୍ଜାତିକ ବଜାରରେ କଞ୍ଚା ତୈଳ ଦାମରେ ଗୋଟେ ଦିନର ହ୍ରାସ ପାଇବା ପରେ ପୁଣି ଥରେ ବୃଦ୍ଧି ପାଇଛି। ତେଲର ଦାମ ଆଗକୁ ଆହୁରି ମହଙ୍ଗା ହେବ ବୋଲି ସମ୍ଭାବନା କରାଯାଉଛି। ପ୍ରାୟ ୮୨ ଦିନ ଧରି ତୈଳ ଦର ସ୍ଥିର ରହିବା ପରେ ଗତ ୭ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି।

ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ଦାମ ବୃଦ୍ଧି ପାଇ କ୍ରମଶଃ ୭୩. ୪୦ ଟଙ୍କା, ୭୫. ୩୬ ଟଙ୍କା, ୮୦. ୪୦ ଟଙ୍କା ଏବଂ ୭୭. ୪୩ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ମଧ୍ୟ ଚାରି ମହାନଗରରେ ବଢ଼ି କ୍ରମଶଃ ୭୧.୧୭ ଟଙ୍କା, ୬୭. ୬୩ ଟଙ୍କା, ୭୦.୩୫ଟଙ୍କା ଏବଂ ୭୦.୧୩ଟଙ୍କା ପ୍ରତି ଲିଟର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.