ରଜରେ କାହିଁକି ଖାଆନ୍ତି ପାନ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭାରତୀୟ ସଂସ୍କୃତିରେ ପୁରପଲ୍ଲୀରେ ପର୍ବପର୍ବାଣୀ ଗୁଡିକ ଗୁରୁତ୍ୱ ବହନ କରିଥାଏ । ବିଶେଷକରି ଆମ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଓଡିଆମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ । ଏହି ରଜ ପର୍ବ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ଯନ୍ତ ସବୁଠି ବେଶ ଧୂମ ଧାମରେ ପାଳନ କରାଯାଏ । ଏହି ପର୍ବରେ ବହୁ ଉତ୍ସାହର ସହିତ ବହୁ ସଂଖ୍ୟାରେ ଦୋଳି ତିଆରି କରାଯିବା ସହ ଏକତ୍ରିତ ଭାବରେ ରଜ ପାଳନର ସଂସ୍କତି ଓ ପରମ୍ପରାର ଚିତ୍ର ପ୍ରତିଫଳିତ ହୋଇଥିବା ଦେଖାଯାଇଛି ।

Raja-Panaସେହିଭଳି ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ଭୋଜନ ଶେଷରେ ମନକୁ ତୃପ୍ତ କରିପାରେ ପାନ। ଓଡ଼ିଆର ଠାକୁର ବଡ଼ଠାକୁର, ଜଗନ୍ନାଥ ମଧ୍ଯ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବନ କରି ନିଦ୍ରା ଯାଆନ୍ତି । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡୋରିକୁ ସୁଦୃଢ କରିଥାଏ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦେଇଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ ।

Rajo-Foodରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ। ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ ଏହି ପାନ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନମଧୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ ।

raja panaସେହିଭଳି ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ରଜ ସଜବାଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଖାଇ ସମସ୍ତେ ମଜା କରିଥାନ୍ତି। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆ ଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.