ଯଦି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଆସନ୍ତି ଏବଂ ଆପଣଙ୍କ ସାଥୀଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ଅଛି, ତେବେ ଏହି ଅବୈଧ ସମ୍ପର୍କର କାରଣ ବାସ୍ତୁ ଦୋଷ ହୋଇପାରେ । ଅବୈଧ ସମ୍ପର୍କ ଆପଣଙ୍କ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବା ସହିତ ବୃତ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହୁଏ । ସବୁ ସ୍ଥାନରେ ଆପଣଙ୍କ ମଜାକ ମଧ୍ୟ ଉଡ଼ାଜାଇ ପରେ । ତେବେ ଏହାର ପ୍ରତିକାର ପାଇଁ ଯଦି ଆପଣ ବାସ୍ତୁ ଅନୁଯାୟୀ କିଛି ଛୋଟ ଛୋଟ ପରିବର୍ତ୍ତନ କରନ୍ତି ତେବେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଥିବା ତୃତୀୟ ବ୍ୟକ୍ତିଙ୍କୁ ଦୂର କରାଯାଇପାରିବ । ସେଥିପାଇଁ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ ।
- ଦମ୍ପତି କେବେବି ଆଗ୍ନେୟ କୋଣରେ ଶୋଇବା ଉଚିତ୍ ନୁହେଁ । ଏହି କାରଣରୁ ମନ ଏବଂ ମସ୍ତିଷ୍କରେ ଅଶାନ୍ତି ରହିଥାଏ ଏବଂ ପ୍ରତିଦିନ ବିବାଦ ଦେଖାଦେଇଥାଏ ।
- ବିବାହିତ ବ୍ୟକ୍ତି ଘରର ପଶ୍ଚିମ କୋଣରେ (ଉତ୍ତର-ପଶ୍ଚିମ) ଶୋଇବା ଉଚିତ୍ ନୁହେଁ । ଏହା ଦାମ୍ପତ୍ୟ ଜୀବନରେ ନିରସତା ଭରିଦେଇଥାଏ ।
- ରୋଷେଇ ଘର ଏବଂ ଶୌଚାଳୟ ପାଖରେ ଥିଲେ ଅବୈଧ ସମ୍ପର୍କର ଆଶଙ୍କା ରହିଥାଏ ।
- ରୋଷେଇ ଘରେ ସକାଳ ଆଲୋକର ପର୍ଯ୍ୟାପ୍ତ ବ୍ୟବସ୍ଥା ହେବା ଉଚିତ୍ ।
- ଯଦି ଦକ୍ଷିଣ ପଶ୍ଚିମ, ଉତ୍ତର-ପଶ୍ଚିମକିମ୍ବା ପଶ୍ଚିମ ଦକ୍ଷିଣ ଦିଗର ନିର୍ମାଣ ଠିକ ଭାବେ ନକରାଯାଇଥାଏ ତାହେଲେ ସ୍ୱାମୀ ଅନ୍ୟ ମହିଳାମାନଙ୍କ ସହିତ ସମ୍ପର୍କ ରଖନ୍ତି । ଯେଉଁଥିପାଇଁ ଘରେ ଝଗଡା ସୃଷ୍ଟିହୁଏ ।
- ଆପଣଙ୍କ ଶୋଇବା ଘରେ ଥିବା ପରଦା ଗୁଡିକର ରଙ୍ଗ ନାଲି ଏବଂ ଧଳା ହେବା ଉଚିତ୍ । ଏହା ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ ରଖିଥାଏ ।
- ପରଦାଗୁଡ଼ିକର ରଙ୍ଗ ନୀଳ ହେବା ଦ୍ୱାରା ଏହା ନକାରାତ୍ମକତାକୁ ଦୂର କରିଥାଏ ।