ଭାଉଜକୁ ରକ୍ଷା କରିବାକୁ ଯାଇ ଚାଲିଗଲା ଦିଅରର ଜୀବନ

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମଡ ଗାଁରେ ଗତକାଲି ରାତିରେ ଘରୋଇ କଳହକୁ ନେଇ ଏକ ହତ୍ଯାକାଣ୍ଡ ଘଟିଯାଇଛି। ମୃତକ ଜଣକ ସେହି ଗ୍ରାମର ଦିବାକର ନାୟକ। ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ହତ୍ଯାକାରୀ ସିପୁ ନାୟକକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ ଗତକାଲି ସିପୁ ନାୟକଙ୍କ ବାପା ଅଯୋଧ୍ଯା ନାୟକ ଦିବାକର ନାୟକଙ୍କ ସମ୍ପକୀୟ ଭାଉଜଙ୍କୁ କୌଣସି କାରଣରୁ ଗାଳି ଗୁଲଜ କରିବାକୁ ଦିବାକର ବିରୋଦ କରିଥିଲେ। ଏହିକାରଣରୁ ରାଗ ରଖି ରାତିରେ ସିପୁ ନାୟକ ଦିବାକର ନାୟକକୁ ହତ୍ଯା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା। ଅନ୍ଯପଟେ ବିଲରେ ମୃତ ଦେହ ପଡି ରହିଥିବା ବେଳେ ଫରେନସିକ୍ ଟିମକୁ ଅପେକ୍ଷା କରିଛନ୍ତି ପୋଲିସ।

Leave A Reply

Your email address will not be published.