ବାଙ୍କୀ (କେନ୍ୟୁଜ ବ୍ୟୁରୋ): ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଲେ ଯୁବତୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରେ। ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍ ଉପରେ ଚାଲି ଚାଲି ମୋବାଇଲ୍ ଫୋନ୍ରେ ଗପି ଗପି ଆସୁଥିଲେ ।
ଆଉ ତାପରେ ହଠାତ ପାଣିକୁ ଡେଇଁଥିଲେ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଖବର ପାଇ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଓ ଡମପଡ଼ା ଅଗ୍ନିଶମ ସେବା ବାହିନୀ ପହଞ୍ଚି , ମହାନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବତୀଙ୍କର ପରିଚୟ ମିଳିପାରିନାହିଁ ।