Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି ଯାଜପୁର ଜିଲ୍ଲାରୁ ୧୯ ଜଣ , କଟକରୁ ୧୫ ଜଣ, ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ । ସେହିପରି ନୂଆପଡା ଜିଲ୍ଲାରୁ ୯, ସୁନ୍ଦରଗଡ଼ରୁ ୭ ଜଣ, କନ୍ଧମାଳରୁ ୬ ଜଣ ଓ ବଲାଙ୍ଗୀର ଏବଂ ନୟାଗଡ଼ରୁ ୫ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।


ବାଲେଶ୍ଵର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏ ଆରୋଗ୍ୟ ଲାଭ କରିଥିବା ବେଳେ କେନ୍ଦୁଝର, ଗଂଜାମ ଓ ପୁରୀରୁ ୩ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଅନୁଗୁଳ, କଳାହାଣ୍ଡି ଓ କୋରାପୁଟରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମାଲକାନଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୨ ହଜାର ୯୭୪ ଜଣ ଆରୋଗ୍ୟ ଲାଭ କଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.