Below header

ଚୀନ ସେନା ଉପରେ ବର୍ଷିଲେ କ୍ରିକେଟର ହରଭଜନ ସିଂହ, କହିଲେ ଚୀନ୍‌ ସାମଗ୍ରୀ ବଏକଟ୍‌ କର

ନୂଆଦିଲ୍ଲୀ : ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଚୀନ୍‌ ସେନାଙ୍କ ସହ ଭାରତୀୟ ସେନାଙ୍କ ମୁହାଁ ମୁହିଁ ସଂଘର୍ଷ ଚାଲିଛି । ଏହି ସଂଘର୍ଷରେ ସୋମବାର ରାତିରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ୩ ଜଣ ଯବାନ୍‌ ଶହୀଦ ହୋଇଛନ୍ତି । ସେହିପରି ଚୀନ୍‌ ପକ୍ଷରୁ ମଧ୍ୟ ୭ ସେନା ନିହତ ଓ ୧୧ ଆହତ ହୋଇଛନ୍ତି ବୋଲି ଚୀନ୍‌ରୁ ପ୍ରକାଶିତ ଏକ ଖବରକାଗଜରେ ପ୍ରକାଶ ପାଇଛି ।

ଦୀର୍ଘ ଦିନ ଧରି ଚୀନ- ଭାରତ ସୀମାର ପୂର୍ବ ଲଦାଖ ଓ ଗଲଓ୍ଵାନ୍‌ ଘାଟିରେ ଦୁଇ ସେନାଙ୍କ ମଧ୍ୟରେ ଏପରି ସଂଘର୍ଷ ଜାରି ରହିଛି । ଚୀନ ସେନା ଏଠାରେ ବାରମ୍ବାର ଏଲ୍‌ଏସି ଅତିକ୍ରମ କରି ଉତ୍ତେଜନା ସୃଷ୍ଟି କରି ଚାଲିଥିବା ବେଳେ ଭାରତୀୟ ସେନା ମଧ୍ୟ ଏହାର ମୁହାଁ ମୁହିଁ ଜବାବ ଦେଉଛନ୍ତି ।

ଚୀନ ସେନାଙ୍କ ଏପରି ହରକତରେ ଭାରତୀୟ କ୍ରିକେଟ୍‌ର ହରଭଜନ ସିଂହ ଏକ ଟ୍ଵିଟ୍‌ ଜରିଆରେ ଚୀନ୍‌ ସାମଗ୍ରୀକୁ ବୟକଟ୍‌ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ପୂର୍ବରୁ ମଧ୍ୟ ଚୀନ୍‌ର ଏହି ହରକତ ପାଇଁ ବହୁ ବୁଦ୍ଧିଜୀବୀ ଚୀନ୍‌ ସାମଗ୍ରୀକୁ ବୟକଟ୍‌ କରିବାକୁ ଆହ୍ଵାନ ଦେଇଛନ୍ତି ।

ଚୀନ୍‌ ସାମଗ୍ରୀକୁ ବୟକଟ୍‌ କରିବା ଦ୍ୱାରା ଚୀନ୍‌ର ଆର୍ଥିକ ବ୍ୟବସ୍ଥାକୁ ଦୁର୍ବଳ କରିବା ହିଁ ବଡ଼ ବିଜୟ ହେବ ବୋଲି ହରଭଜନ୍‌ ସିଂହ ପରୋକ୍ଷରେ ସୂଚାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.