Below header

ମନ୍ଦିରରେ ମଦ ଧରି ଟିକ୍‌ଟକ୍‌, ୟାଙ୍କୁ କରୋନା ଡର ନାହିଁ କି ଠାକୁରଙ୍କୁ ସମ୍ମାନ ନାହିଁ

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ସାରା ଦେଶ ଓ ବିଶ୍ୱ ଚିନ୍ତିତ। ହେଲେ ମଦୁଆଙ୍କ ଚିନ୍ତା କେବଳ ମଦ ପାଇଁ । ମଦ ପାଇଁ ଯୁବ ପିଢ଼ି କେମିତି ବାୟା ହେଉଛନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ । ମନ୍ଦିର ନିକଟରେ ମଦ ବୋତଲ ଧରି ଟିକ୍‌ଟକ୍ କରିଛନ୍ତି କିଛି ଯୁବକ ।
ଏହି କରୋନା ବେଳାରେ କାହାର କେଉଁ ଚିନ୍ତା ହେଲେ ଏମାନଙ୍କ ସବୁ ଲାଜ ଶରମ ଚୁଲିକି ଗଲାଣି। ହାତରେ ମଦ ବୋତଲ ଧରି ଯୁବକମାନେ କରିଥିବା ଏହି ଏହି ଟିକ୍‌ଟକ୍ ଭିଡିଓଟି ଜୋରରେ ଭାଇରାଲ ହେବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳିପୁର ଫାଣ୍ତି ଅଞ୍ଚଳରେ ଥିବା ଦୁଲାଦେଈ ମନ୍ଦିର ନିକଟର ଏହି ଦୃଶ୍ୟ । ଗ୍ରାମର ଲୋକେ ଜାଣିଲା ପରେ ଏହି ଘଟଣାକୁ ବିରୋଧ ମଧ୍ୟ କରିଛନ୍ତି। ଟିକ୍‌ଟକ୍ ନିଶାରେ ସବୁ ଭୁଲିଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.